ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀଙ୍କ ମାଲ୍ୟାର୍ପଣ

ବଡ଼ବିଲ,୫।୩(ସ୍ବ.ପ୍ର.): ମାର୍ଚ୍ଚ ୫ ଅର୍ଥାତ୍‌ ଆଜି ରାଜ୍ୟ ବ୍ୟାପୀ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଉଛି। ସେଥିନିମନ୍ତେ, କେନ୍ଦୁଝର ଜିଲା ବଡ଼ବିଲ ପୋରାଞ୍ଚଳର ମାଟକାମବେଡା କଳିଙ୍ଗସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଜେଡି ନେତା ଓ ବିଜୁ ପ୍ରେମୀମାନେ ମାଲ୍ୟାର୍ପଣ କରିଛନ୍ତି। ସକାଳ ୮ଟାରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ମାଲ୍ୟାର୍ପଣ କରିଛନ୍ତି।