Categories: ଜାତୀୟ

ବିଚ୍‌ ରାସ୍ତାରେ ଯୁବକଙ୍କୁ ଲୁହା ରଡରେ ପିଟିଲେ ଯୁବତୀ

ଚଣ୍ଡିଗଡ଼,୨୬।୬: ପ୍ରତିଦିନ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଥାଏ। ଏହି ଦୁର୍ଘଟଣା ଯୋଗୁ କେତେକଙ୍କ ଜୀବନ ଯାଉଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥାନ୍ତି। କେବଳ ସେତିକି ନୁହେଁ ଦୁର୍ଘଟଣାରେ ଶୀକାର ହୋଇଥିବା ଲୋକେ ରାସ୍ତାରେ ହୋହାଲ୍ଲା କରି ସମସ୍ତଙ୍କୁ ଏକାଠି କରିବା ସହ ରାସ୍ତା ଜାମ୍‌ କରିଥାନ୍ତି। ତେବେ ଏହି ସବୁ କାର୍ଯ୍ୟ ପୁରୁଷମାନେ କରିଥାନ୍ତି। ହେଲେ କେବେ ଦେଖିଛନ୍ତି କି ମହିଳାମାନେ ଏଭଳି କରିବା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚଣ୍ଡିଗଡ଼ର ଟ୍ରିବ୍ୟୁନେ ଛକ ନିକଟରେ। ଜଣେ ମହିଳା ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ସୂଚନାଯୋଗ୍ୟ, ଯୁବକ ଜଣକ ନିଜ ପରିବାର ସହ କାରରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଯୁବତୀଙ୍କ କାର ସହ ଧକ୍କା ହୋଇଥିଲା। ଏଥିରେ ଯୁବତୀଙ୍କ ଭୂଲ ଥିବା ସତ୍ତ୍ୱେ ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଏବଂ କାରରୁ ଲୁହା ରଡ କାଢ଼ି ଯୁବକଙ୍କୁ ସର୍ବସମ୍ମୁଖରେ ନିସ୍ତୁକ ଛେଚିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଯେତେ ବୁଝାସୁଝା କରିଥିଲେ ବିଯୁବତୀ ନିଜର ଭୁଲୁ ସ୍ବୀକାର କରି ନ ଥିଲେ। ଶେଷରେ ଏହି ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାର ସମସ୍ତ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share