ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ

ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଖଇରା ବିଜୁ ଜନତା କାର୍ଯ୍ୟାଳୟରେ ଅୟୋଜିତ ସ୍କୃତିଚାରଣ ସଭାରେ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତି ପୌରୋହିତ୍ୟ କରିଥିଲେ। ରଶ୍ମିତା ମହାପାତ୍ର, ଜୟନ୍ତୀ ମହଲା, ପଦ୍ମଲୋଚନ ଧର, ଅନ୍ତର୍ଯ୍ୟାମୀ ପାତ୍ର, ଶୁକଦେବ ପଣ୍ଡା, ସରପଞ୍ଚ ସୁଦର୍ଶନ ସେଠୀ, ରବୀନ୍ଦ୍ର ସାହୁ, ପ୍ରହଲ୍ଲାଦ ଧର, ନରେନ୍ଦ୍ର ଧର, କରୁଣାକର ଜେନା, ଗଜେନ୍ଦ୍ର ଜେନା, ଶଶାଙ୍କ ଶେଖର ଜେନା, ରଞ୍ଜନ କୁମାର ମହଲା, କୁଳମଣି ଜେନା ଓ ରାମଚନ୍ଦ୍ର ପତ୍ରୀ ପ୍ରମୁଖ ଯୋଗ ଦେଇ ବିଧାୟକ ପାଣିଗ୍ରାହୀ ସିମୁଳିଆ ଖଇରା ବିକାଶର କର୍ଣ୍ଣଧାର ଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଥମେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।