ବିକାଶରେ ବାଧକ ଫଳକ ରାଜନୀତି

ଯାଜପୁର ଅଫିସ,୨୪ା୨: ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରର ପରିଚୟ ସ୍ବତନ୍ତ୍ର। ଜିଲାର ବୈଭବମୟ, ଗୌରବମୟ ଐତିହ୍ୟରାଜି ଓ ପର୍ଯ୍ୟଟନକ୍ଷେତ୍ର ବିଶ୍ୱବାସୀଙ୍କୁ ଚମକୃତ କରିଛି। ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆଗାମୀ ଦିନରେ ଜିଲାକୁ ଏକ ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ରରେ ପରିଗଣିତ କରିବ ବୋଲି ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ ବକ୍ତବ୍ୟ ଦେଇଆସୁଛନ୍ତି। କିନ୍ତୁ ବିଡମ୍ବନା ଯେ, କେବଳ ଫଳକ ରାଜନୀତି ଜିଲାର ଏକ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି।
ସେତେବେଳର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କରକମଳରେ ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ତକତ୍ାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟକ୍ରମ ଓ ୨୦୧୬ରେ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସସରୋବର ଉନ୍ନତୀକରଣର ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ, ନିୟମିତ ବ୍ୟବଧାନରେ ଫଳକର ଉନ୍ନତୀକରଣ ହୋଇଛି ବୋଲି ସହରବାସୀ ବିଭିନ୍ନ ସୋସିଆଲ ମିଡିଆରେ ମତପ୍ରକାଶ କରୁଛନ୍ତି। ତେବେ ତକତ୍ାଳୀନ ପୌରାଧ୍ୟକ୍ଷା ସବିତା ରାଉତ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରର ଉନ୍ନତୀକରଣ ସକାଶେ ୫କୋଟି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ମାତ୍ର ୧କୋଟି ଟଙ୍କା ମଞ୍ଜୁର ହୋଇ ପୂର୍ତ୍ତ ବିଭାଗ ଦ୍ୱାରା କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥିଲାବେଳେ ଆଉ ୪କୋଟି ଟଙ୍କା ପଡି ରହିଛି। ସେହିପରି ମ୍ୟୁନିସିପାଲଟି ଫଣ୍ଡରୁ ୨୦ ଲକ୍ଷ ଟଙ୍କାର ପୋଖରୀ କାର୍ଯ୍ୟ ହେଉଥିଲା। ମାତ୍ର ୪/୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ଜିଲାପାଳ ସେହି କାର୍ଯ୍ୟକୁ କୌଣସି କାରଣରୁ ବନ୍ଦ କରି ଦେଇଛନ୍ତି। ପୌରପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ଏବେ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ଠପ୍‌ ହୋଇପଡିଛି। ଏଭଳି ଅଧାପନ୍ତରିଆ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣକୁ ସହରବାସୀ ଏକ ହାସ୍ୟାସ୍ପଦ ପଦକ୍ଷେପଭାବେ ଗ୍ରହଣ କରିଛନ୍ତି। ନିକଟରେ ପ୍ରସିଦ୍ଧ ବ୍ୟାସସରୋବର ମେଳା ସମ୍ପନ୍ନ ହୋଇଛି। ୧୦ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ହଜାରହଜାର ଶ୍ରଦ୍ଧାଳୁ ବ୍ୟାସ ସରୋବରକୁ ଆସିଛନ୍ତି। କିନ୍ତୁ ଭଲ ରାସ୍ତାଟିଏ ନାହିଁ। ଖାଲଖମାର ରାସ୍ତାରେ ଶ୍ରଦ୍ଧାଳୁ ପଡିଉଠି ଯାତାୟାତ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବ୍ୟାସସରୋବର ମେଳାର ଉଦଘାଟନ ଓ ଉଦଯାପନୀ ଦିବସରେ ଯାଇଛନ୍ତି। ହେଲେ ଭାଷଣ ଛଡା କେବେ କିଛି ହୋଇନାହିଁ। ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ଦାବି ଉପସ୍ଥାପନ କଲେ ହୁଏତ ଆଗାମୀ ଦିନରେ ଟିକେଟ ନ ମିଳିବାର ଭୟ ନିର୍ବାଚିତ ପ୍ରତିନିଧିଙ୍କୁ ନୀରବଦ୍ରଷ୍ଟା ସଜେଇଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା ନେଇ ଗତ ଦୁଇ ବିଧାନସଭାରେ ସମ୍ପୃକ୍ତ ନିର୍ବାଚିତ ପ୍ରତିନିଧି ମୁହଁ ଖୋଲି ନାହାନ୍ତି। କୌଣସି ଆଲୋଚନାରେ ସେମାନଙ୍କୁ ଭାଗ ନେବାର ଦେଖାଯାଏ ନାହିଁ। ଜିଲାରେ ବିଭିନ୍ନ ସମସ୍ୟା ରହିଥିଲେ ହେଁ ସମ୍ପୃକ୍ତ ଲୋକ ପ୍ରତିନିଧି କାହା ଭୟରେ ହାତଟେକି ରହୁଛନ୍ତି ତାହା ମଧ୍ୟ ସହରବାସୀଙ୍କୁ ସନ୍ଦେହରେ ପକାଇଛି। ଜିଲାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ଆଶାନୁରୂପକ ବିକାଶ ହେଉଥିବାବେଳେ ବ୍ୟାସସରୋବର କାହିଁକି ଅବହେଳିତ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଏଥିଯୋଗୁ ସୁପ୍ରାଚୀନ ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସସରୋବରର ସୌନ୍ଦର୍ଯ୍ୟ ବଳି ପଡୁଛି। ଏ ସଂକ୍ରାନ୍ତରେ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ କହିଛନ୍ତି, ତାଙ୍କ ସମୟରେ ବ୍ୟାସରୋବରର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଜିଲାପାଳ କଣ ପାଇଁ ପୋଖରୀ ଖନନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ତାହା ବୁଝାପଡୁ ନାହିଁ ବୋଲି କହୁଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲାପାଳ ନିରଞ୍ଜନ ନାୟକଙ୍କୁ ପଚାରିବାରୁ, ବ୍ୟାସସରୋବରର ସର୍ବାଙ୍ଗ ସୁନ୍ଦର କରିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ସେ ନିଜେ ବ୍ୟାସସରୋବର ବୁଲି ନୀରିକ୍ଷଣ କରିଛନ୍ତି। ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଜିଲାପାଳ ଫେରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri