Posted inଜାତୀୟ

ସମ୍ପର୍କରେ ଯୋଡ଼ିହେବ ନୂଆ ଅଧ୍ୟାୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଗୁଜରାଟର ଅହମଦାବାଦ ଆସୁଛନ୍ତି। ଟ୍ରମ୍ପ୍‌ଙ୍କ ସହ ତାଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ମାଲେନିଆ, ଝିଅ ଇଭାଙ୍କା ଟ୍ରମ୍ପ୍‌ ଓ ଜ୍ୱାଇଁ ଜାରେଡ୍‌ କୁଶନର ମଧ୍ୟ ଆସୁଛନ୍ତି। ଟ୍ରମ୍ପ୍‌ ଦମ୍ପତି ଓ ଆମେରିକାର ଏକ ବିଶିଷ୍ଟ ପ୍ରତିନିଧି ଦଳ ରବିବାର ହ୍ବାଇଟ୍‌ ହାଉସ୍‌ ଛାଡ଼ି ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଜର୍ମାନୀରେ କିଛି ସମୟ ବିତାଇବା ପରେ ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ଟ୍ରମ୍ପ୍‌ ପରିବାରର ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବବୋଲି କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପରିବାରକୁ ସ୍ବାଗତ କରିବା ପାଇଁ ଅହମଦାବାଦରେ ବ୍ୟାପକ ଆୟୋଜନ କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବାବେଳେ ଟ୍ରମ୍ପ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନବନ୍ଦରକୁ ସ୍ବାଗତ କରିବାକୁ ଯିବେ। ଟ୍ରମ୍ପ୍‌ ପରିବାର ପ୍ରଥମେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ। ସ୍ବାଧୀନତା ସଂଗ୍ରାମ ବେଳେ (୧୯୧୭-୧୯୩୦) ମହାମତ୍ା ଗାନ୍ଧୀଙ୍କ ସାଧନା ଭୂଇଁ ପାଲଟିଥିବା ଏହି ଆଶ୍ରମରେ କିଛି ସମୟ ବିତାଇବା ପରେ ଟ୍ରମ୍ପ୍‌ ପରିବାର ମୋଟେରା ଷ୍ଟାଡିୟମକୁ ଯିବେ। ସେଠାରେ ‘ହାଓ୍ବଡି ମୋଦି’ ଭଳି ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନ ୧ଟା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପ୍‌ ୧ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ। ଟ୍ରମ୍ପ୍‌ଙ୍କ ସହ ଆମେରିକୀୟ ପ୍ରତିନିଧି ଦଳରେ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ୍‌ ମୁଚିନ, କମର୍ସ ସେକ୍ରେଟାରି ଓ୍ବିଲବର ରୋସ୍‌, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ରବର୍ଟ ଓ’ବ୍ରିଏନ୍‌ ଏବଂ ଶକ୍ତି ସଚିବ ଡାନ୍‌ ବ୍ରୋଉଲିଏଟେ ମଧ୍ୟ ଆସୁଛନ୍ତି। ରାଷ୍ଟ୍ରପତି, ଟ୍ରମ୍ପ୍‌ ପରିବାର ଓ ପ୍ରଶାସନ ଭାରତରେ ୩୬ ଘଣ୍ଟା ବିତାଇବା ପରେ ଆମେରିକା ଫେରିଯିବେ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ହେବ। ଟ୍ରମ୍ପ୍‌ ପୁନର୍ବାର ରାଷ୍ଟ୍ରପତି ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆମେରିକାରେ ଥିବା ଭାରତୀୟ ଭୋଟର ବିଶେଷକରି ଗୁଜରାଟୀ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ତାଙ୍କ ଗସ୍ତ ବେଳେ ଉଦ୍ୟମ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri