ବିକାନେରରେ କର୍ଫ୍ୟୁ

ବିକାନେର,୩ା୪: ରାଜସ୍ଥାନରେ ଶୁକ୍ରବାର ୨୧ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିଲେ। ଏହି ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବିକାନେରରୁ ଯାଇ ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ୨ ଜଣଙ୍କୁ କରୋନା ସଂକ୍ରମଣ ରିପୋର୍ଟ ମିଳିବା ପରେ ଏହାର ଦୁଇଟି ଅଞ୍ଚଳ ରାଣିବଜାର ଓ ଫାଦ୍‌ବଜାରରେ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର ସିଂଙ୍କ କହିବା ଅନୁଯାୟୀ ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି।

Share