ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କେବଳ ସେତିକି ନୁହେଁ, ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନ ୧୦ ଲକ୍ଷ ଟଙ୍କାରୁ ଦେଢ଼ କୋଟିକୁ ବୃଦ୍ଧି ପାଇଛି। ପ୍ରଥମଥର ପାଇଁ ଧନୁଯାତ୍ରା କଳାକାରଙ୍କୁ ମଧ୍ୟ ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମିଳୁଛି। ସେହିପରି ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ ନିର୍ମାଣ ହେବ ଏବଂ ତାହା ମଧ୍ୟ ଧନୁଯାତ୍ରା ଇତିହାସରେ ପ୍ରଥମ। ତେବେ ବିକାଶପଥରେ ବରଗଡ଼ ସହର ଏଭଳି ଆଗେଇ ଚାଲୁଥିବାବେଳେ ସହରରେ ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ଗତ କିଛିଦିନ ତଳେ ସ୍ଥାନୀୟ ଟାଉନ ଥାନାଠାରୁ ଅନତିଦୂରରେ ରହିଥିବା ହାଟପଦାରେ ଭୁଜାଲି ମାଡ଼ରେ ଡବଲ୍‌ ମର୍ଡର ହୋଇଥିଲା। ଏହାପରେ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହୋଇଥିବାବେଳେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ମଧ୍ୟ ହୋଇଛି। ତଥାପି ସହରକୁ ଶାନ୍ତି ଫେରି ନାହିଁ। ଅନ୍ୟପଟେ ଡବଲ ମର୍ଡର ହୋଇଥିବା ସେହି ହାଟପଦାରେ ବୁଧବାର ସକାଳେ ଛୁରାମାଡ଼ ହୋଇଛି। ଦାଦାବଟି ଦେବା ପାଇଁ ମନା କରିବାରୁ ୨ ଦୁର୍ବୃତ୍ତ ଛୁରାମାଡ଼ କରି ସ୍ଥାନୀୟ ନବକୁମାର ଡାଙ୍ଗଙ୍କୁ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଏ ନେଇ ସେ ଥାନାରେ ଏତଲା ଦେବା ପରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ କିଛିଦିନ ତଳେ ଜିଲା ଓକିଲ ସଂଘ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା। ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ନ ମିଳିବାରୁ ବୁଧବାର ପୁଣି ବରଗଡ଼ ଜିଲା ଓକିଲ ସଂଘ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଏବଂ ପୋଲିସ ଉପନିର୍ଦ୍ଦେଶକ(ଆଇଜି)ଙ୍କୁ ଭେଟି ବରଗଡ଼ରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ତ୍ୱରିତ୍‌ ପଦକ୍ଷେପ ନେବାକୁ ଦାବି କରିଛି।

ପୋଲିସର ତପତ୍ରତା ଦେଖାଯାଉନି
ବରଗଡ଼ ସହରରେ ଯେଭଳି ଆଇନଶୃଙ୍ଖଳା ସ୍ଥିତି ଉପୁଜୁଛି, ସେଥିପ୍ରତି ପୋଲିସର ଆଶାନୁରୂପ ତପତ୍ରତା ପରିଲକ୍ଷିତ ହେଉନାହିଁ। ହାଟପଦାରେ ଡବଲ ମର୍ଡର ଭଳି ଅପରାଧ ଘଟିବା ପରେ ସେଠାରେ ପୋଲିସ ମୁତୟନ ଅଛନ୍ତି। ଏହାସତ୍ତ୍ୱେ ଛୁରାମାଡ଼ ହେଉଛି। ଏଥିରୁ ସହରରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୋଲିସ ସମ୍ପୂର୍ଣ୍ଣ ଢିଲା ରହିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।
-ଶିବାନନ୍ଦ ମଟାରୀ, ସାମାଜିକ କର୍ମୀ, ବରଗଡ଼
କଠୋର ନିଷ୍ପତ୍ତି ନେବାର ସମୟ ଆସିଛି
ବରଗଡ଼ରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନୂଆ ନୁହେଁ। ଦୀର୍ଘଦିନରୁ ଏହା ଏଠାରେ ହୁଗୁଳା ହୋଇ ପଡ଼ିଛି। ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମେ ମୁଁ ଏ ସମ୍ପର୍କରେ ଜିଲା ପୋଲିସ, ପ୍ରଶାସନ ସହିତ ବୈଠକ କରିଥିଲି। ନିଶା କାରବାର ରୋକିବା ସହିତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲି। ଏବେ ମଧ୍ୟ ସେ ନେଇ ତାଗିଦା କରିଆସୁଛି। ତେବେ ଆଇନଶୃଙ୍ଖଳାକୁ ନେଇ ଦୋଷାରୋପ କରିବା ବଦଳରେ ବର୍ତ୍ତମାନ କଠୋର ନିଷ୍ପତ୍ତି ନେବାର ସମୟ ଆସିଛି। ସହରର ସମସ୍ତ ବୁଦ୍ଧିଜୀବୀ, ସଚେତନ ନାଗରିକ, ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଯଦି ଲଢ଼ିବେ, ତେବେ ସମସ୍ତ ଅପରାଧୀ ଚୁପ୍‌ ହୋଇଯିବେ।
-ଅଶ୍ୱିନୀ କୁମାର ଷଡ଼ଙ୍ଗୀ,ବିଧାୟକ, ବରଗଡ଼
ବଡ଼ବଡ଼ ମୁଣ୍ଡକୁ ଧରାଯାଉ
ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଦିନକୁଦିନ ଏଠାରେ ଅପରାଧୀ ସକ୍ରିୟ ହୋଇ ପଡ଼ିଛନ୍ତି। ଦିନ ଦ୍ୱିପ୍ରହରରେ ଅପରାଧ ଚାଲିଛି। ଥାନାଠାରୁ ଅନତିଦୂର ତଥା ଜନଗହଳି ସ୍ଥାନରେ ଡବଲ ମର୍ଡର ଭଳି ଅପରାଧ ଘଟୁଛି। କଫ୍‌ ସିରପ୍‌, ବ୍ରାଉନସୁଗାର ଭଳି ନିଶା କାରବାରରୁ ଏଭଳି ଅପରାଧ ଘଟୁଥିବା ମନେହେଉଛି। ତେବେ ପୋଲିସ ବିଭିନ୍ନ ସମୟରେ କଫ୍‌ ସିରପ୍‌, ବ୍ରାଉନସୁଗାର କାରବାରରେ କିଛି ଅଭିଯୁକ୍ତଙ୍କୁ ଧରୁଛି। ମାତ୍ର କିଙ୍ଗ୍‌ପିନ୍‌ମାନେ ଖସି ଯାଉଛନ୍ତି। ଏଭଳି ଅପରାଧର ପରଦା ପଛରେ ରହିଥିବା ବଡ଼ ବଡ଼ ମୁଣ୍ଡମାନଙ୍କୁ ଧରାଯାଉ। ଏହାହେଲେ ଯାଇ ଶାନ୍ତିପ୍ରିୟ ବରଗଡ଼ର ଲୋକେ ସୁରକ୍ଷିତ ରହିପାରିବେ।
-ଭୀଷ୍ମଦେବ ସରାଫ୍‌, ସଭାପତି, ଜିଲା ଓକିଲ ସଂଘ, ବରଗଡ଼

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri