Categories: ଖେଳ

ବିକଳ୍ପ ଭେନ୍ୟୁ ଖୋଜୁଛି ବିସିସିଆଇ

ନୂଆଦିଲ୍ଲୀ,୧୩।୩- ଦିଲ୍ଲୀ ସରକାର କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ଲାଗି ରାଜଧାନୀରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁମତି ଦେବ ନାହିଁ ବୋଲି ମନା କରି ଦେଇଛନ୍ତି। ଏଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଲାଗି ବିକଳ୍ପ ଭେନ୍ୟୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛି। ଇଚ୍ଛୁକ ଥିବା ରାଜ୍ୟରେ ଖାଲି ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଆଇପିଏଲ ତାରିଖ ଘୁଞ୍ଚାଇ ଦିଆଯାଇଛି। ଆଇପିଏଲ ୧୩ ଚଳିତ ମାସ ୨୯ ତାରିଖ ପରିବର୍ତ୍ତେ ଏପ୍ରିଲ ୧୫ ତାରିଖରେ ଖେଳାଯିବ। ଜାତୀୟ ରାଜଧାନୀରେ କୌଣସି କ୍ରୀଡ଼ାଭିତ୍ତିକ ଇଭେଣ୍ଟ ହୋଇପାରିବ ନାହିଁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିସୋଡିଆ ଶୁକ୍ରବାର ଘୋଷଣା କରିଛନ୍ତି। ବିକଳ୍ପ ଭେନ୍ୟୁ ତାଲିକାରେ ଲକ୍ଷ୍ନୌ ଶୀର୍ଷରେ ରହିଛି। ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବା ଲାଗି ଗତ କିଛିବର୍ଷ ହେଲା ଲକ୍ଷ୍ନୌ ଆବେଦନ କରିଆସୁଛି। କିନ୍ତୁ ଯଦି ଏହା ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ, ତେବେ କେଉଁଠାରେ ଖେଳାଯାଉଛି ତାହା ମାନେ ରଖେ ନାହିଁ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ଦିଲ୍ଲୀ ପୂର୍ବରୁ କର୍ନାଟକ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲା। ସେହିଭଳି ମହାରାଷ୍ଟ୍ର ଟେକିଟେ୍‌ ଉପରେ ବ୍ୟାନ ଲଗାଇଛି।

Share