ବିଓଆଇର ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ

ବେଗୁନିଆପଡା,୨୧ା୪(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲାପାଳ ଏ ଦିଗରେ ବହୁ କଟକଣା ମଧ୍ୟ ଜାରି କରିଛନ୍ତି। କିନ୍ତୁ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ପ୍ରତିହତ କରିବା ସହ ଲୋକମାନଙ୍କୁ ସୁବିଧା ଯୋଗାଇ ଦେବାକୁ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ତରଫରୁ ମଙ୍ଗଳବାର ଠାରୁ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ ହୋଇଛି। ଏଥି ସହିତ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ଅସହାୟ ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶାଖା ପରିଚାଳକ ଦିଲ୍ଲୀପ କୁମାର ମହାନ୍ତି, ସହକାରୀ ଶାଖା ପରିଚାଳକ ସତ୍ୟବ୍ରତ ବାରିକ କହିଛନ୍ତି। ଏହି ମୋବାଇଲ ଟିମ୍‌ରେ ବ୍ୟାଙ୍କ କର୍ମଚାରୀ ଦିବ୍ୟଜୀବନ ମହାରଣା, ଦୀପକ କୁମାର ଜେନା, ସସ୍ମିତା ମହାଳିକ, ପ୍ରମିଳା ଦାସ, ପ୍ରଭାତ ମହାନ୍ତି ରହି ସେବା ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri