ବିଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯବାନ ମୃତ, ଜଣେ ଗୁରୁତର

ମାଲକାନଗିରି,୧୫।୯(ସ୍ବ.ପ୍ର.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡ଼ାସ୍ଥିତ ୪ର୍ଥ ବଏସ୍‌ଏସ୍‌ କ୍ୟାମ୍ପରେ ଅଘଟଣ ଘଟିଛି। ବିଏସ୍‌ଏସ୍‌ବିଏନ୍‌ର ଦୁଇ ଯବାନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯବାନଙ୍କ ନାମ ରାହୁଲ କୁମାର ବେହେରା(୩୫)। ତେବେ ଗୁରୁତର ଯବାନ ଗଙ୍ଗା ଶବରଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।