ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌କୁ ମିଳିପାରେ ୭୪ହଜାର କୋଟିର ପ୍ୟାକେଜ ପ୍ରସ୍ତାବ

ନୂଆଦିଲ୍ଲୀ,୪-୭: ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ୭୪ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ ଦେବାକୁ ପ୍ରସ୍ତାବ ଦିଆଯିବା ପରେ କେନ୍ଦ୍ର ସରକାର ଏହାର ବିଚାର କରୁଛନ୍ତି। ଉଭୟ କମ୍ପାନୀର ପ୍ରାୟ ଲକ୍ଷାଧିକ କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବା ଲାଗି ଉଦ୍ଦିଷ୍ଟ ଏକ ଲୋଭନୀୟ ପ୍ୟାକେଜ ମଧ୍ୟ ଏହି ସହାୟତା ମଧ୍ୟରେ ସାମିଲ ହେବ। ଏଥିରେ ଅତିରିକ୍ତ ୫% କ୍ଷତିପୂରଣ(ଏକ୍ସଗ୍ରାସିଆ) ମଧ୍ୟ ସାମିଲ ହେବ। ଏହାବ୍ୟତୀତ କମ୍ପାନୀଦ୍ୱୟଙ୍କୁ ୪ଜି ସ୍ପେକ୍ଟ୍ରମ ଓ ପୁଞ୍ଜିଗତ ଖର୍ଚ୍ଚ ଲାଗି ଅର୍ଥ ସହାୟତା ପ୍ରଦାନ କରାଯିବ। ଉଲ୍ଲେଖଥାଉ କି, ବିଏସ୍‌ଏନ୍‌ଏଲ୍‌ କ୍ଷତି ସହିବାରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ। ଆର୍ଥିକ ବର୍ଷ ୨୦୧୯ ସୁଦ୍ଧା ଏହାର କ୍ଷତି ପରିମାଣ ୧୩,୮୦୪ କୋଟି ଟଙ୍କା ହୋଇଛି। ଅନ୍ୟପକ୍ଷରେ ଏମ୍‌ଟିଏନ୍‌ଏଲ୍‌ର କ୍ଷତିର ପରିମାଣ ୩,୩୯୮ କୋଟି ଟଙ୍କା। କ୍ଷତି ଦୃଷ୍ଟିରୁ ଦେଖିଲେ ଏହା ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି। କ୍ଷତି ସହିବାରେ ଏୟାର ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ, ୪ଜି ସ୍ପେକ୍ଟ୍ରମ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହାକୁ ସରକାର ବହନ କରିବେ। ସେହିପରି ରୋଲ୍‌ଆଉଟରେ ୧୩ ହଜାର କୋଟି ଟଙ୍କା ବ୍ୟୟ ହେବ। ଏହାକୁ ଉଭୟ କମ୍ପାନୀ ବହନ କରିବେ। ସରକାର ଭିଆର୍‌ଏସ୍‌ ଓ ସମୟ ପୂର୍ବରୁ ଅବସର ଲାଭ ପ୍ରଦାନ ନିମିତ୍ତ ପ୍ରାୟ ୪୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଅନ୍ୟପକ୍ଷରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ବନ୍ଦ କରିବା କ୍ଷେତ୍ରରେ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ସରକାରଙ୍କୁ କ୍ଷତି ସହିବାକୁ ହେବ। ଏହି କାରଣରୁ ଏହି ନିଷ୍ପତ୍ତି ବ୍ୟବହାରିକ ନୁହେଁ। ଏହାଛଡ଼ା ଏହାର ରଣନୈତିକ ପୁଞ୍ଜି ପ୍ରତ୍ୟାହାର ପ୍ରତି କୌଣସି କମ୍ପାନୀ ଆଗ୍ରହ ଦେଖାଇବାର ସମ୍ଭାବନା ଖୁବ୍‌ କମ୍‌। ଉଲ୍ଲେଖଥାଉ କି, ପ୍ରାୟ ଏକ ଦଶନ୍ଧି ଧରି ପରିଚାଳନାଗତ ତ୍ରୁଟିବିଚ୍ୟୁତି, କର୍ମଚାରୀଙ୍କ ବେତନ ବାବଦରେ ଅତ୍ୟଧିକ ଖର୍ଚ୍ଚ, ଠିକ୍‌ ନିଷ୍ପତ୍ତି ନ ନେବା, ସରକାରଙ୍କ ଅଯଥା ହସ୍ତକ୍ଷେପ ଓ ସମୟ ସହିତ ନିଜକୁ ଖାପ ନ ଖୁଆଇବା ଉକ୍ତ ଦୁଇ କମ୍ପାନୀ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri