ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ ଖର୍ଚ୍ଚ କାଟ ଜରିଆରେ କ୍ଷତିକୁ ଯଥାସମ୍ଭବ କମାଇବା ଲାଗି ଏହା କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଏବେ ପଦକ୍ଷେପ ନେବାକୁ ଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କର୍ମଚାରୀଙ୍କୁ ଆକର୍ଷଣୀୟ ପ୍ୟାକେଜ ପ୍ରଦାନ କରି କମ୍ପାନୀ ସେମାନଙ୍କୁ ଅବସର ନେବାକୁ ପ୍ରସ୍ତାବ ଦେବ। କର୍ମଚାରୀ ସଂଖ୍ୟାକୁ ବର୍ତ୍ତମାନର ସ୍ଥିତିର ଅଧାକୁ ହ୍ରାସ କରିବା ଲକ୍ଷ୍ୟ ରହିଛି। ଏହା ସମ୍ଭବ ହେଲେ ପ୍ରାୟ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାମେଣ୍ଟ ସ୍କିମ୍‌ ବା ଭିଆର୍‌ଏସ୍‌ ପ୍ରଦାନ କରାଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ପ୍ରବୀଣ କୁମାର ପୁରଓ୍ବାର ପ୍ରକାଶ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, କର୍ମଚାରୀ ସଂଖ୍ୟା କମାଇବା ଲକ୍ଷ୍ୟରେ ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ସମ୍ପର୍କରେ ବିଚାର କରୁଛି। ଏଥିପାଇଁ ପ୍ୟାକେଜକୁ ଆକର୍ଷଣୀୟ କରାଯିବ। ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ବାଦ୍‌ ଦେବା ପରେ କାମ କିପରି ହେବ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, କମ୍ପାନୀ ନିଜର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି ଆଉଟସୋର୍ସିଂ କରିବ। ସେହିପରି ଲୋକଙ୍କୁ ମାସିକ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେବା ଲାଗି ମଧ୍ୟ ବିଚାର ଚାଲିଛି। ଏବେ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ରେ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ରହିଛନ୍ତି।

ରାଜସ୍ବ ଆୟ ପ୍ରାଥମିକତା
ପୁରଓ୍ବାର କହିଛନ୍ତି ଯେ, ଅନ୍ୟ ଟେଲିକମ କମ୍ପାନୀ ଭଳି ବିଏସ୍‌ଏନ୍‌ଏଲ୍‌କୁ ମଧ୍ୟ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ସେ କହିଛନ୍ତି ଯେ, ଏହି କାରଣରୁ କମ୍ପାନୀ ପାଇଁ ରାଜସ୍ବ ଆୟ ବଢ଼ାଇବା ତାଙ୍କର ପ୍ରାଥମିକତା ରହିଛି। ଏଥିଲାଗି କେତେକ ନୀତିଗତ ନିଷ୍ପତ୍ତି ନେବାକୁ ହେବ। ସେହିପରି ଅପରେଶନାଲ ଖର୍ଚ୍ଚ ହ୍ରାସ ଦ୍ୱିତୀୟ ପର୍ଯ୍ୟାୟରେ ହେବ। ସେହିପରି ଏପରି କେତେକ ଖର୍ଚ୍ଚ ରହିଛି, ଯାହାର ପୁନର୍ବିଚାର କରାଯାଇପାରେ। କେତେକ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରିତ କରାଯାଇପାରେ। ଆଉଟସୋର୍ସିଂକୁ କମାଯାଇପାରେ। ଏହା କିପରି ସମ୍ଭବ ହେବ ତାହା ଦେଖିବାକୁ ହେବ। ଏ କ୍ଷେତ୍ରରେ କମ୍ପାନୀରେ ଥିବା ପ୍ରତିଭାଶାଳୀ କର୍ମଚାରୀଙ୍କ ସହାୟତା ନିଆଯାଇପାରେ। ବିଏସ୍‌ଏନ୍‌ଏଲର ବିଜୁଳି ଖର୍ଚ୍ଚ ସର୍ବାଧିକ। ଏ ବାବଦରେ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଣୁ ଶକ୍ତି ବ୍ୟୟ ୧୫% ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜମିରୁ ମିଳିବ ଅର୍ଥ
ବିଏସ୍‌ଏନ୍‌ଏଲ୍‌ ନିକଟରେ ବହୁ ଜମି ରହିଛି। କମ୍ପାନୀ ଏହାକୁ ଲିଜ୍‌ ଅଥବା ଭଡ଼ାରେ ଦେଇ ଅତିରିକ୍ତ ଆୟ କରୁଛି। ବର୍ତ୍ତମାନ ସ୍ଥିତିରେ ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା ଆୟ ହେବ ବୋଲି ଆଶାକରାଯାଉଛି। ଆଗାମୀ ଦିନରେ ଏହାକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାର ଯୋଜନା ରହିଛି। ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯିବ। ଦ୍ୱିତୀୟତଃ କମ୍ପାନୀ ନିକଟରେ ୬୮ ହଜାର ଟାଓ୍ବାର ରହିଛି। ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ବିଏସ୍‌ଏନ୍‌ଏଲ୍‌ ଭଡ଼ାରେ ୧୩ରୁ ୧୪ ହଜାର ଟାଓ୍ବାର ଦେଇଛି। ଟାଓ୍ବାର ଭଡ଼ା ବଢ଼ାଇବାର ସମ୍ଭାବନା ଖୋଜାଚାଲିଛି। ଏହାଦ୍ୱାରା ଅତିରିକ୍ତ ରାଜସ୍ବ ଆୟ ହେବ ବୋଲି ପୁରଓ୍ବାର କହିଛନ୍ତି।

ଖୁବଶୀଘ୍ର ମିଳିବ ୪ଜି ସ୍ପେକ୍ଟ୍ରମ
ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ କହିଛନ୍ତି ଯେ, କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ନ ମିଳିବା କାରଣରୁ ଏହା ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ସହ ପ୍ରତିଯୋଗିତାରେ ସାମିଲ ହୋଇପାରୁନାହିଁ। ଏହି କାରଣରୁ କମ୍ପାନୀର କ୍ଷତି ବଢ଼ି ବଢ଼ି ଚାଲିଛି। ୪ଜି ସ୍ପେକ୍ଟ୍ରମ ସେବା ଦେବା ଲାଗି ବିଏସ୍‌ଏନ୍‌ଏଲ୍‌ ଦୀର୍ଘ ଦିନ ହେଲା ଦାବି କରି ଆସୁଛି। ତେବେ ସରକାରଙ୍କ ସହ ତାଙ୍କର ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ମିଳିବ। ଏହା କମ୍ପାନୀ ପୁନରୁଦ୍ଧାର ପ୍ୟାକେଜର ଅଂଶବିଶେଷ ହେବ ବୋଲି ପୁରଓ୍ବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri