Categories: ଜାତୀୟ

ବାୟୁସେନା ମୁଖ୍ୟଙ୍କ ସହ ମିଗ୍‌-୨୧ ଉଡାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ପ୍ରଥମ ଥର ଲାଗି ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବିମାନ ଉଡାଇବାର ଅନୁମତି ନ ଥିଲା। ତେବେ କିଛିଦିନ ହେବ ଯୁଦ୍ଧ ବିମାନ ଉଡାିବାକୁ ଫିଟ୍‌ ଘୋଷଣା କରାଯିବା ପରେ ଏବେ ସେ ପ୍ରଥମ ଥର ଲାଗି ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇଥିବା ସୂଚନା ମିଳିଛି।

Share