ବାହ୍ୟ ମଳମୁକ୍ତ ପଞ୍ଚାୟତ ସୁନ୍ଦରିଆ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ଯାଜପୁର ଅଫିସ,୧୮।୮-ଯାଜପୁର ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ଓଡିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଛି। ଶନିବାର ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷଙ୍କ ନିକଟରେ ଏହି ମର୍ମରେ ହୋଇଥିବା ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ମା’ ତାରିଣୀ ଏସ୍‌ଏଚ୍‌ଜି, ରାଧାକୃଷ୍ଣ ଏସ୍‌ଏଚ୍‌ଜି ଓ ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଦ୍ୱାରା ଅଭିଯୋଗରେ ଦର୍ଶାଯାଇଛି ଯେ, ୧୭ା୮ା୨୦୧୭ରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସରକାର ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୂଚନା ଅଧିକାର ଆଇନ ବଳରେ ଆରଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ସରକାରୀ ଭାବେ ସୁନ୍ଦରିଆ ପଞ୍ଚାୟତର ଫତେପୁର, ହରଦେଇପୁର, ପ୍ରତାପପୁର, ସରେଇ, ଷେଣ୍ଢାପୁର, ସୁନ୍ଦିରଆ ଓ ତରାପୁର ଗ୍ରାମରେ ୯୨୬ଟି ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବାସ୍ତବରେ ଉପରୋକ୍ତ ୩ଟି ସ୍ବୟଂ ସହାୟକ ଦଳ ଜରିଆରେ ୭୨୭ଟି ନିର୍ମାଣ ହୋଇଥିବା ସୂଚନା ଅଧିକାର ଆଇନରେ ଜଣାପଡିଛି। ଉଭୟ ତଥ୍ୟରେ ତାଳମେଳ ରହୁ ନ ଥିବାରୁ ୧୯୯ଟି ପାଇଖାନାର ହିସାବ ମିଳୁନାହିଁ ବୋଲି ସେତେବେଳେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ଏହି ଅନିୟମିତତା ଓ ଆତ୍ମସାତ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନ ପତ୍ରରେ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ପରିମଳ ଅଧିକ ଜରୁରୀ ଭଳି ବଡ଼ବଡ଼ ଭାଷଣ ଜିଲାରେ ମାତ୍ର ସ୍ଲୋଗାନ ହୋଇଛି। ବାସ୍ତବରେ କେତେକ ଜନପ୍ରତିନିଧିଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଯନ୍ତ୍ରୀ କେବଳ ଯୋଜନାର ଅର୍ଥ ଲୁଟିବାକୁ ଲାଗି ପଡ଼ିଛନ୍ତି। ୨୦୧୭ ଅଗଷ୍ଟ ୧୭ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଜଳ ଓ ପରିମଳ ମିଶନ ଏବଂ ପାନୀୟ ଜଳ ବିଭାଗର ଆନୁକୁଲ୍ୟରେ ଖୋଲା ମଳମୁକ୍ତ ପଞ୍ଚାୟତ ଗଠନ ଅଭିଯାନ ମାଧ୍ୟମରେ ଜିଲାସ୍ତରୀୟ ଫୋକସ୍‌-୧୦୦୦ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲାର ୧୨ଟି ପଞ୍ଚାୟତକୁ ଏଥିରେ ସାମିଲ କରାଯାଇଥିଲା। ସରକାର ଶୌଚାଳୟ ନିର୍ମାଣ ପାଇଁ ୧୨ହଜାର ଟଙ୍କାର ସହାୟତା ଦେଉଛନ୍ତି। ଜିଲା ପକ୍ଷରୁ କୌଣସି ଗ୍ରାମକୁ ବା ପଞ୍ଚାୟତକୁ ସଚେତନତା ଦ୍ୱାରା ସମ୍ପୂର୍ଣ୍ଣ ବାହ୍ୟମଳ ମୁକ୍ତ ଅଞ୍ଚଳ ଭାବେ ପରିଣତ କରିପାରିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ, ଯୁବ ରେଡ଼କ୍ରସ୍‌ ସଂଗଠନକୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି କୌଣସି ପଞ୍ଚାୟତର ସମସ୍ତ ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ପଞ୍ଚାୟତକୁ ୨ଲକ୍ଷ ଓ ବ୍ଲକର ସମସ୍ତ ପଞ୍ଚାୟତ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ବ୍ଲକକୁ ୫ଲକ୍ଷ ଟଙ୍କାର ପ୍ରୋତ୍ସାହନ ସହ ଜିଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲାପାଳ ଘୋଷଣା କରିଥିଲେ। ଧର୍ମଶାଳା ବ୍ଲକର ପୂର୍ବତନ ଏମ୍‌ପି ସ୍ବର୍ଗତ କଳ୍ପତରୁ ଦାସଙ୍କ ଆଦର୍ଶ ତଥା ସ୍ବପ୍ନର ପଞ୍ଚାୟତ ସୁନ୍ଦୁରିଆ ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ହେଲେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜଳ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ଯେଉଁ ତଥ୍ୟ ମିଳିଛି ପ୍ରଶାସନର ଭାଷଣକୁ ତୁଳନା କଲେ ତାହା ବିଶ୍ୱାସଯୋଗ୍ୟ ହେଉ ନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଏହି ପଞ୍ଚାୟତର ୭ଟି ଗ୍ରାମରେ ୧୧୭୩ ପରିବାର ଥିବାବେଳେ ୯୨୬ଟି ପରିବାର ପାଇଖାନା ନିର୍ମାଣ କରିଛନ୍ତି। ହେଲେ ସୂଚନା ଅଧିକାର ତଥ୍ୟ ଅନୁସାରେ ଏଠକାର ୬ଟି ରାଜସ୍ବ ଗ୍ରାମରେ ମାତ୍ର ୭୨୭ଟି ପାଇଖାନା ନିର୍ମାଣ କରାଯାଇଛି ଏବଂ ହିତାଧିକାରୀ ନାମ ତାଲିକାରେ ୫୫୪ ଜଣଙ୍କ ନାମ ରହିଛି। ଏସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରୁ ସେ କହିଛନ୍ତି ପାଇଖାନା ନିର୍ମାଣରେ ଯଦି ଅନିୟମିତତା ହୋଇଥିବ ସେ ନେଇ ତଦନ୍ତ କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri