ବାହୁବଳୀ ଭିଡ଼ିଓ ଶେୟାର କଲେ ଟ୍ରମ୍ପ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଓ୍ବାଶିଂଟନ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବାର କିଛି ଘଣ୍ଟା ପୂର୍ବରୁ ଫିଲ୍ମ ବାହୁବଳୀ-୨ର ଏକ ଭିଡ଼ିଓ ଶେୟାର କରିଛନ୍ତି। ଏଥିରେ ସେ ନିଜକୁ ବାହୁବଳୀ ଭାବେ ଚିତ୍ରଣ କରିଥିବା ଦେଖିବାକୁ ମିଳୁଛି। ବାହୁବଳୀ ଭଳି ଟ୍ରମ୍ପ୍‌ଙ୍କ ଯୁଦ୍ଧ କରୁଥିବାର ମଧ୍ୟ ଏଥିରେ ଦେଖିବାକୁ ମିଳୁଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଇତିମଧ୍ୟରେ ଏହି ଭିଡ଼ିଓକୁ ୧୮ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି। ଏକ ମିନିଟ୍‌ ୨୧ ସେକେଣ୍ଡର ଏହି ଭିଡ଼ିଓକୁ ଟ୍ରମ୍ପ୍‌ ନିଜର ଟୁଇଟର ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି। ଏହାକୁ ୨୪ ହଜାର ୪୦୦ରୁ ଅଧିକ ୟୁଜର ରିଟୁଇଟ୍‌ ମଧ୍ୟ କରିଛନ୍ତି।

Share