Categories: ଜାତୀୟ

ବାହୁବଳୀ ବିଧାୟକଙ୍କ ଶୁଟର ପୁଅ ଆବ୍ବାସଙ୍କ ଘରେ ଚଢ଼ାଉ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମଉର ବାହୁବଳୀ ବିଧାୟକ ମୁଖ୍‌ତାର ଅନସାରୀଙ୍କ ପୁଅ ଆବ୍ବାସ ଅନସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି। ଆବ୍ବାସଙ୍କ ଘରୁ କୋଟି କୋଟି ଟଙ୍କାର ଦେଶୀ ଓ ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବସନ୍ତକୁଞ୍ଜରେ ଥିବା ଆବ୍ବାସଙ୍କ ବାସଭବନରେ ଲକ୍ଷ୍ନୌର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଓ ଦିଲ୍ଲୀ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଇଟାଲୀ, ଅଷ୍ଟ୍ରେଲିଆ ଓ ସ୍ଲୋଭୋନିଆର ରିଭଲଭର, ବନ୍ଧୁକ ଓ କାରତୁସକୁ ଜବତ କରାଯାଇଥିଲା। ଏଥିସହ ତାଙ୍କ ଘରୁ ଇଟାଲୀ ଓ ସ୍ଲୋଭୋନିଆର ଡବଲ ବ୍ୟାରେଲ ଓ ସିଙ୍ଗଲ ବ୍ୟାରେଲର ବନ୍ଧୁକ ମିଳିଥିବା ଜଣାପଡ଼ିଛି। ଅକ୍ଟୋବର ୧୨ରେ ଆବ୍ବାସଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା।

Share