Categories: ଫୁରସତ

ବାହୁବଳି ମୋମୋ

ମୁମ୍ବାଇ: ମୋମୋ ତ ସମସ୍ତେ ଖାଇଥିବେ। ହେଲେ କେହି କେବେ ବାହୁବଳି ମୋମୋ ତିଆରି ହେବା ଦେଖି ନ ଥିବେ। ଏବେ ଏମିତି ଏକ ଭିନ୍ନ ଧରଣର ମୋମୋ ପ୍ରସ୍ତୁତ ହୋଇଛି, ଯାହାର ନାଁ ରହିଛି ବାହୁବଳି ଗୋଲ୍‌ଡ ମୋମୋ। ସୋସିଆଲ ମିଡିଆରେ ଏବେ ଏହି ମୋମୋ ଭାଇରାଲ ହେବାରେ ଲାଗିଛି।
ମୁମ୍ବାଇର ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟରେ ଏବେ ମିଳୁଛି ବାହୁବଳି ମୋମୋ। ଏମିତି ଏକ ମୋମୋ ତିଆରି କରୁଛି ମେସି ଆଡ୍ଡା ନାମକ ଏକ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟ ବାହୁବଳି ମୋମୋ ତିଆରି କରୁଥିବାର ଖବର ପ୍ରଥମେ ଦିସା ନାମକ ଏକ ଫୁଡ୍‌ ବ୍ଲଗର ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ମୋମୋଟିର ଓଜନ ୨ କିଲୋଗ୍ରାମ୍‌ ଏବଂ ଏହାକୁ ଖାଇବାଯୋଗ୍ୟ (ଇଡେବୁଲ୍‌) ସୁନା ରଙ୍ଗରେ ମଧ୍ୟ ଗାର୍ଣ୍ଣିସ୍‌ କରାଯାଇଛି। ସେଥିପାଇଁ ଏହି ବାହୁବଳି ମୋମୋଟିର ଦାମ୍‌ ରହିଛି ୧୨୯୯ଟଙ୍କା। ବାହୁବଳି ମୋମୋରେ ସୁନ୍ଦରଭାବେ ବିଭିନ୍ନ ପରିବା ସହିତ ଲହୁଣି, ମାୟୋନିଜ୍‌ ଆଦି ସମସ୍ତ ପ୍ରକାରର ଆବଶ୍ୟକ ସାମଗ୍ରୀ ବ୍ୟବହାର କରାଯାଇଛି। ମୋମୋକୁ ତିଆରି କରିବାର ଶୈଳୀକୁ ନେଇ ଏକ ଭିଡିଓ ପ୍ରଥମେ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଭିନ୍ନ ଶୈଳୀରେ ପ୍ରସ୍ତୁତ ଏହି ମୋମୋ ଖାଇବା ପାଇଁ ଲୋକଙ୍କର ଆକର୍ଷଣ ଥିବା ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

Share