ବାହାନଗା ଲେବଲକ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଦାବିକେନ୍ଦ୍ର, ରାଜ୍ୟଯନ୍ତ୍ରୀଙ୍କ ମିଳିତ ଅନୁଧ୍ୟାନ

ବାହାନଗା, ୧୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହକୁମା ଦେଇ ଯାଇଥିବା ରେଲୱେ ବିଭାଗର ଲେଭଲ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ହେବା ନେଇ ଦୀର୍ଘଦିନ ହେଲା ଦାବି ହୋଇଆସୁଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭାଗୀୟ ଯନ୍ତ୍ରୀ ଓ କେନ୍ଦ୍ର ରେଲୱେ ମନ୍ତ୍ରଣାଳୟର ଯନ୍ତ୍ରୀମାନଙ୍କୁ ନେଇ ମିଳିତ ତଦନ୍ତ କରାଯାଇଛି।
ବାହାନଗା ରେଲୱେ ଷ୍ଟେଶନର ଉତ୍ତର କେବିନ୍‌ ମଧ୍ୟଦେଇ ବାହାନଗା ବଜାରରୁ ତାଳପଦାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଯାଇଛି ା ଏହି ଲେବଲକ୍ରସିଂରେ ଦୈନିକ ଶହ ଶହ ୪ଚକିଆ ୨ ଚକିଆ ସମେତ ଭାରିଯାନ ଚଳପ୍ରଚଳ କରୁଥିବାରୁ ପ୍ରତି ୫ମିନିଟ୍‌ ମଧ୍ୟରେ ଫାଟକ ବନ୍ଦ ରହୁଛି ା ଫଳରେ ସାଧାରଣ ଲୋକ ବର୍ଷା ଓ ଖରାରେ ହଇରାଣ ହେଉଛନ୍ତି ା ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ନାଗରିକ ମଞ୍ଚ ତରଫରୁ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ (ସାଉଥ୍‌ ଇର୍ଷ୍ଟନ୍‌)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କୁ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରିଥିଲେ। ଏହାସହିତ ୨ବର୍ଷ ତଳେ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ୍‌ କରି ବାହାନଗା ଲେବଲକ୍ରସିଂଠାରେ ଏକ ଓଭରବ୍ରିଜ୍‌ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ସେତେବେଳେ ଏହି ଦାବିପତ୍ର ପାଇବା ପରେ ସଙ୍ଗେ ସଙ୍ଗେ ତା ୧୬ା୯ା୨୦୧୭ ରିଖରେ ଖଡଗପୁରସ୍ଥିତ ଦକ୍ଷିଣ ପୂର୍ବ ପ୍ରାଚୀର (ସାଉଥ୍‌ ଇର୍ଷ୍ଟନ୍‌)ରେଳବିଭାଗର ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପ୍ରେରଣ କରିଥିଲେ। ସେହିପରି ମଞ୍ଚ ତରଫରୁ ଶ୍ରମ ବିଭାଗର ଶାସନ ଶଚିବ ଅନୁ ଗର୍ଗ, ପୂର୍ବତନ ବାଲେଶ୍ୱର ଏମ୍‌ପି ଓ ଭଦ୍ରକ ଏମ୍‌ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ସେହିପରି ବିଜେଡି ତରଫରୁ ମଧ୍ୟ ଅନୁରୂପ ଭାବେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଲେଭଲ କ୍ରସିଂ ‘କ’ ଶ୍ରେଣୀଭୁକ୍ତ ମାନ୍ୟତା ପାଇଥିବାରୁ ମଞ୍ଚର ଦରଖାସ୍ତ ପାଇବା ପରେ ରେଲୱେ ବିଭାଗ ତରଫରୁ ଏକ ପ୍ରତିନିଧି ଦଳ ଓଭରବ୍ରିଜ୍‌ ନିମନ୍ତେ ତଦନ୍ତ କରି ଫେରିବା ପରେ ରାଜ୍ୟ ସରକାରଙ୍କୁ ମିଳିତ ତଦନ୍ତ ପାଇଁ ଜଣାଇଥିଲେ ା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଏସ୍‌ଡିଓ ହରିଶ୍‌ ଚନ୍ଦ୍ର ତିୱାରୀ, ବିଭାଗୀୟ କନିଷ୍ଠଯନ୍ତ୍ରୀ ବାସୁଦେବ ସାହୁ ଓ କେନ୍ଦ୍ର ସରକାରଙ୍କ ରେଲୱେ ବିଭାଗର ବାଲେଶ୍ୱର ଜିଲା ମୁଖ୍ୟ ମଣ୍ଡଳ ସର୍କଲ ଅଧିକାରୀ ଆଶିଷ କୁମାର ଖୁଣ୍ଟିଆ, ବିଭାଗୀୟ କନିଷ୍ଠଯନ୍ତ୍ରୀ କେ. ରବି, ସିନିୟର ସେକ୍ସନ ଇଞ୍ଜିନିୟର କେ.ସି. ମହନ୍ତଙ୍କ ସମେତ ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଉପସ୍ଥିତିରେ ଓଭରବ୍ରିଜ୍‌ ନିର୍ମାଣ ନେଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ବିଜେଡି ବ୍ଳକ ସଭାପତି ଅଜୟ କୁମାର ପଣ୍ଡା, ପ୍ରଭାକର ମିଶ୍ର, ପ୍ରଶାନ୍ତ ବେହେରା, ନିଳାମ୍ବର ମହାଳିକ, ତପନ ରାଉତ, କରୁଣାକର ବାରିକ ଓ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ର,ସଭ୍ୟ ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri