ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥରେ ପୃଥକ ଦୁର୍ଘଟଣା: ୨ ଜଣଙ୍କ ଜୀବନ ଗଲା

ବାହାନଗା, ୧୯।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନଂ. ଜାତୀୟ ରାଜପଥର ମଙ୍ଗଳବାର ପୃଥକ ଦୁଇଟି ଦୃର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ବରରେ ପ୍ରବାସୀ ଓଡିଆଙ୍କୁ ଛାଡ଼ି ବସ୍‌ (ଓଡି୦୨ ବିଏଚ୍‌-୬୬୧୧) କୋଲକାତା ଫେରୁଥିବା ବେଳେ ଏକ ଟ୍ରକ୍‌(ଓଡି୦୧-କ୍ୟୁ ୨୬୭୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସେହିପରି ଉକ୍ତ ଜାତୀୟ ରାଜପଥର ଓଳିଆପାଟଣା ଠାରେ ଏକ ଟ୍ରକ (ଏପି ୩୭-୫୬୬୭)ର ଚକା ଫାଟିଯିବାରୁ ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ କକୋଲକାତା ଆଡୁ ଆସୁଥିବା ଏକ ଲୁହା ପ୍ଲେଟ ବୋଝେଇ ଗାଡ଼ି (ନମ୍ବର ଓଡି ୦୪ ଏନ୍‌ ୯୩୯୫) ତାକୁ ଧକ୍କା ଦେଇଥିଲା। ଫଳରେ ଲୁହା ପ୍ଲଟ ବୁଝେଇ ଗାଡ଼ି ଉପରେ ଜଣେ ପ୍ରବାସୀ ବସିଥିବା ବେଳେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ଯୋଗେ ଦୃର୍ଘଟଣା ଗ୍ରସ୍ତ ଗାଡ଼ିଗୁଡିକୁ ଜବତକରି ଥାନାରେ ଅଟକ ରଖିଛି।