ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାରିପଦା ଅଫିସ,୨୮ା୧- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଷ୍ଟେଶନ ବଜାର ଅଞ୍ଚଳରେ ସୋମବାର ରାତିରେ ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଛନ୍ତି। ଭୋଜି ଖାଇବା ପରେ ବାନ୍ତି ହେବାରୁ ବିଳମ୍ବିତ ରାତିରେ ସେମାନଙ୍କୁ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।