ବାହାଘରରେ ଚାରା ବାଣ୍ଟିଲେ

ଆରଡ଼ି,୨୯।୨(ଡି.ଏନ.ଏ.)-ବାହାଘର ଏକ ସାମାଜିକ ପ୍ରଥା। ବାହାଘରରେ କନ୍ୟାଙ୍କୁ ନାନାଦି ଦ୍ରବ୍ୟ ଉପହାର ରୂପେ ଦିଆଯାଇଥାଏ। ହେଲେ ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହିଠାରେ ଭାଗ୍ୟଶ୍ରୀ ନାୟକ ନାମ୍ନୀ ଜଣେ କନ୍ୟା ନିଜ ବାହାଘରରେ ଚାରା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି। ସେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଅତିଥିଙ୍କଠାରୁ ଉପହାର ନେବା ପରିବର୍ତ୍ତେ ସେ ସମସ୍ତଙ୍କୁ ଗୋଟିଏ ଲେଖାଏ ଚାରା ଦେଇଥିଲେ। ସେ ନିକଟସ୍ଥ ଗାନ୍ଧିଘାଟ ଶାସନରେ ଶମ୍ଭୁନାଥ ସାଏନ୍ତକୁ ବିବାହ କରିଛନ୍ତି। ଭାଗ୍ୟଶ୍ରୀଙ୍କ ପିତା ଭଗବାନ ଝିଅର ଚାରା ବାଣ୍ଟିବା ପ୍ରସ୍ତାବକୁ ସାକାର ରୂପ ଦେଇଥିଲେ। ବାହାଘରରେ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।