ବାସହରା ପରିବାରଙ୍କୁ ଥଇଥାନ କରା ନ ଯିବା ମାମଲା :ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ)

୧୯୮୨ ମସିହାରେ କନ୍ଦଳ ନଦୀ ବନ୍ୟାରେ କଟକ ଜିଲା କଣ୍ଟାପଡ଼ା ତହସିଲର ପ୍ରାୟ ୨୫ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ସେମାନେ ବାସହରା ହୋଇ ସରକାରୀ ଜାଗାରେ ରହୁଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ନାହିଁ। ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶନିବାର ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ତଥା କଟକ ଜିଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆଗାମୀ ଡିସେମ୍ବର ୨୨ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କନ୍ଦଳ ନଦୀରେ ବନ୍ୟା କାରଣରୁ କଣ୍ଟାପଡା ତହସିଲର ଆରିସଳଘାଟ ନିକଟରେ ଏକ ବଡ ଘାଇ ହୋଇଥିଲା। ଫଳରେ ପ୍ରାୟ ୨୫ ପରିବାର ତାଙ୍କ ଘରଡିହ ହରାଇଥିଲେ। ସେମାନଙ୍କ ଚାଷଜମି ମଧ୍ୟ ନଦୀଗର୍ଭକୁ ଚାଲିଯାଇଥିଲା। ତେଣୁ ବନ୍ୟା ପ୍ରପୀଡ଼ିତ ପରିବାରଗୁଡ଼ିକ ସେହି ମୌଜା ଅଧୀନ ଅଡଶପୁର ଅଞ୍ଚଳର ଏକ ଢିପ ସ୍ଥାନରେ ରହୁଛନ୍ତି। ଇତିମଧ୍ୟରେ ୩୭ ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ସେମାନଙ୍କ ନାମରେ ଜମିପଟ୍ଟା କରା ନ ଯାଇ ସେମାନଙ୍କଠାରୁ ଜବରଦଖଲକାରୀ ଭାବେ ଜରିମାନା ଆଦାୟ କରାଯାଉଛି। ଏ ନେଇ ଭୁବନେଶ୍ୱରର ୫ଜଣ ଆଇନଜୀବୀ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ବିଚାରପତି ଅମିତାଭ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିିଶା ରିଲିଫ କୋଡର ୨୮ ପରିଷଦ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜସ୍ବ ବିଭାଗର ଉଦାସୀନତା ଯୋଗୁ ତାହା ହୋଇପାରି ନାହିଁ। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ପ୍ରତି ସରକାରଙ୍କ ସହାନୁଭୂତି ଉପରେ ଆଇନଜୀବୀ ବିଜୟ କୁମାର ପଣ୍ଡା, ଗୋଲଖ ପ୍ରସାଦ ନାୟକ ପ୍ରମୁଖ ପ୍ରଶ୍ନ କରିଛନ୍ତି। ଏହି ପ୍ରପୀଡ଼ିତ ପରିବାରଙ୍କ ନିକଟରେ ଜମିପଟ୍ଟା ଥିବାରୁ ସେମାନଙ୍କ ପିଲାମାନେ ପାଠ ପଢା, ଚାକିରି ସମେତ ଆୟ, ବାସସ୍ଥାନ ଓ ଜାତିଗତ ଇତ୍ୟାଦି ପ୍ରମାଣପତ୍ର ପାଇବାରେ ହଇରାଣ ହେଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri