ବାଲିର ପୂର୍ବତନ ଗଭର୍ନରଙ୍କ ଓଡ଼ିଶା ଗସ୍ତ: ୧୦ ଜଣଙ୍କୁ ‘କଳିଙ୍ଗ-ବାଲି ସଙ୍ଗମ’ ସମ୍ମାନ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଇଣ୍ଡୋନେସିଆ ବାଲିର ପୂର୍ବତନ ଗଭର୍ନର ଆଇ ମେଡ୍‌ ମଙ୍ଗ୍‌କୁ ୧୦ଜଣିଆ ପ୍ରତିନିଧି ଦଳ ସହ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଆର୍ଯ୍ୟଭଟ୍ଟ ଟ୍ରଷ୍ଟ ଓ କଳିଙ୍ଗ ଇଣ୍ଟରନ୍ୟାଶନାଲ ୟୁଥ ଫାଉଣ୍ଡେଶନ ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘କଳିଙ୍ଗ-ବାଲି ସଙ୍ଗମ’ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଭାଧାରୀଙ୍କୁ ‘କଳିଙ୍ଗ-ବାଲି ସଙ୍ଗମ’ ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସ୍ବସ୍ତି ଗ୍ରୁପର ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ଆର୍‌ଟିଓ ସଞ୍ଜୟ କୁମାର ବିଶ୍ୱାଳ, ବାଲିର ଆଶ୍ରମ ଗାନ୍ଧିପୁରୀ ଚେୟାରମ୍ୟାନ ଅଗସ, ପ୍ଲାଷ୍ଟିକ ସର୍ଜନ ଡ. ଅକ୍ଷୟ ରାଉତ, ସୋ ଆମ ଆଇ ଫାଉଣ୍ଡେଶନ ଟ୍ରଷ୍ଟି ଅରବିନ୍ଦ ଅଗ୍ରଓ୍ବାଲ, ସାମାଜିକ କର୍ମୀ ଦିଲୀପ କୁମାର ନାୟକ, ଅଙ୍କୋଲୋଜି ଏମ୍‌ଡି ଡାକ୍ତର ସଞ୍ଜୀବ କୁମାର ମିଶ୍ର। ଏହି ଅବସରରେ ଶାସ୍ତ୍ରୀୟ, ଓଡ଼ିଶୀ ନୃତ୍ୟ ପରିବେଷଣ ସହ ନିଫ୍ଟ ଛାତ୍ରୀଙ୍କ ଦ୍ୱାରା ଏକ ରାମ୍ପ ଶୋ ଅନୁଷ୍ଠିତ ହୋଇଥିଲା। ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ଆବାହକ ତଥା ‘ଆର୍ଯ୍ୟଭଟ୍ଟ’ ମ୍ୟାନେଜିଂ ଟ୍ରଷ୍ଟି ଚିଦାତ୍ମିକା ଖଟୁଆ କହିଛନ୍ତି। ଇଣ୍ଡୋନେସିଆରୁ ଗଭର୍ନର ମଙ୍ଗ୍‌କୁଙ୍କ ସହ ପତ୍ନୀ ପୁତୁ ଅଗସ ମହା ଉସାଧା, ଅଗସ ଇନ୍ଦ୍ର ଉଦୟନ, ଇଣ୍ଡୋନେସିଆ ଦୂତାବାସର ଶିକ୍ଷା ଓ ସଂସ୍କୃତି ବିଭାଗ ଆସିଷ୍ଟାଣ୍ଟ ମହମ୍ମଦ ଇକସାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କଳିଙ୍ଗ ଇଣ୍ଟରନାଶନାଲ ୟୁଥ ଫାଉଣ୍ଡେଶନର ପ୍ରତିଷ୍ଠାତା ବିଭୁ ପ୍ରସାଦ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri