ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ : ଗଣପର୍ବରେ ପରଣିତ ହୋଇଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନଠାରେ ସୋମବାର ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ପ୍ରତୀକ ଏହି ମହୋତ୍ସବ ଏବେ ସାଂସ୍କୃତିକ ଗଣପର୍ବରେ ପରଣିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଏସ୍‌ପି ପ୍ରକାଶ ଆର୍‌, ଇଫ୍‌କୋ କାରଖାନା ମୁଖ୍ୟ କେ.ଜେ ପଟେଲ, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ବନ୍ଦର ମୁଖ୍ୟଯନ୍ତ୍ରୀ ସରୋଜ କୁମାର ଦାଶ, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ନିର୍ମିତ ଷ୍ଟଲ ଭୁଶୁଡ଼ି ପଡ଼ିଥିବାରୁ କୌଣସି ଷ୍ଟଲ ଖୋଲି ପାରି ନ ଥିଲା। ଅର୍ଦ୍ଧନିର୍ମିିତ ସରକାରୀ-ବେସରକାରୀ ଷ୍ଟଲ, ପାରାଦୀପ ବନ୍ଦର, ବନ୍ଦର ଚିକିତ୍ସାଳୟ, ଇଫ୍‌କୋ, ପିପିଏଲ୍‌, ମତ୍ସ୍ୟ ବିଭାଗ, ସୂଚନା ବିଭାଗ, ପଲ୍ଲିଶ୍ରୀ ମେଳା ଓ ଜିଲା ଶିଳ୍ପ କେନ୍ଦ୍ରର ଷ୍ଟଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ମହୋତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିବାର ଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ସେହିପରି ଜିଲାର ୨ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଷ୍ଣୁ ଦାସ ଅନୁପସ୍ଥିତ ଥିଲେ।
ମହୋତ୍ସବର ଏପାଖ ସେପାଖ
ଜିଲାପାଳଙ୍କୁ ଅପେକ୍ଷା
ପ୍ରାକୃତିକ ବିପର୍ଯ୍ୟୟ ଓ ଅନେକ ବିବାଦ ସତ୍ତ୍ୱେ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନ ସମୟ ସନ୍ଧ୍ୟା ୫ଟା ଥିଲେ ମଧ୍ୟ ରାତି ୮ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଫଳରେ ରାତି ୧୦ଟା ପର୍ଯ୍ୟନ୍ତ ମଞ୍ଚରେ ଭାସଣ ଚାଲିଥିଲା। ରାଜନେତାମାନେ ରାତି ୭ଟାରେ ଆସି ପହଞ୍ଚତ୍ଥିଲେ। କିନ୍ତୁ ଜିଲାପାଳ ତଥା ବାଲିଯାତ୍ରା କମିଟି ଅଧ୍ୟକ୍ଷ ଆସି ନ ଥିବାରୁ ତାଙ୍କ ପାଇଁ ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡ଼ିଥିଲା। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନସିଂରେ ବାତ୍ୟା ସମ୍ପର୍କରେ କଥା ହେଉଥିବାରୁ ଆସିବାରେ ବିଳମ୍ବ ହେଲା ବୋଲି କୁହାଯାଇଥିଲା।
ଶେଷ ଦିନର ଅତିଥି ପ୍ରଥମ ଦିନରେ
ମହୋତ୍ସବକୁ ଉଦ୍‌ଘାଟନ କରିବା ପାଇଁ ବାଚସ୍ପତି ଆସିବାର କାର୍ଯ୍ୟକ୍ରମ ରହିଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର ଥିଲା। ମାତ୍ର ବାଚସ୍ପତି ସରକାରୀ ଗସ୍ତରେ ପଞ୍ଜାବ ଯାଇଥିବାରୁ ମନ୍ତ୍ରୀ ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲି ବାଲିଯାତ୍ରା କମିଟି ସଦସ୍ୟ ଥିଲେ ମଧ୍ୟ ଆସିି ନ ଥିଲେ।
ଚର୍ଚ୍ଚାର ଭାଜପା ବିଧାୟକଙ୍କ ଗସ୍ତ ଓ ବାତ୍ୟା ସମୀକ୍ଷା
ବାଲିଯାତ୍ରା ପଡ଼ିଆରେ ବିଜେଡି ନେତାମାନେ ଅତିଥି ହୋଇଥିବାବେଳେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ଏମ୍‌ପି ବିଭୂପ୍ରସାଦ ତରାଇ, ସ୍ଥାନୀୟ ଯୁବନେତା ସମ୍ପଦ ସ୍ବାଇଁ ଓ ଅନ୍ୟମାନେ ଷଣ୍ଢକୁଦ ବସ୍ତିରେ ବୁଲ୍‌ବୁଲ୍‌ ବାତ୍ୟାର ସମୀକ୍ଷା କରିଥିଲେ। ଏହି ସମୀକ୍ଷାକୁ ନେଇ ନାନା ଚର୍ଚ୍ଚା ହୋଇଛି। କାରଣ ବାଲିଯାତ୍ରା ଟେଣ୍ଡର ବିବାଦକୁ ନେଇ ଭାଜପା କର୍ମୀମାନେ ୮ଦିନ ଧରି ଧାରଣା ଦେଇଥିଲେ। ଜିଲାପାଳ ଆସି ହସ୍ତକ୍ଷେପ କରିବା ପରେ ବିବାଦରେ ପୂର୍ଣ୍ଣଛେଦ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri