ବାଲିଗୁଡ଼ା ଏସ୍‌ଡିପିଓଙ୍କ ଦାରିଙ୍ଗବାଡ଼ି ଥାନା ପରିଦର୍ଶନ: ଚୋରାମଦ କାରବାର ରୋକିବା ଦିଗରେ ଆଲୋଚନା

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାକୁ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ପରିଦର୍ଶନ କରିଛନ୍ତି। ସେ ଏସ୍‌ଡିପିଓ ଭାବେ ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ଯୋଗଦେବା ପରେ ଏହା ଦାରିଙ୍ଗବାଡ଼ି ଅଞ୍ଚଳକୁ ପ୍ରଥମ ଗସ୍ତ। ଥାନାର ବିଭିନ୍ନ ମାମଲା ସମ୍ପର୍କରେ ଆଇଆଇସି କୌଶିକ ମାଝୀଙ୍କ ସହ ଏସ୍‌ଡିପିଓ ଆଲୋଚନା କରିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରାମଦ କାରବାର ରୋକିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଗ୍ରାମ ବୁଲି ଦେଖିଛନ୍ତି।