ବାଲିଆପାଳରେ ଦିବ୍ୟାଙ୍ଗଙ୍କୁ ରାଶନ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-କରୋନା ମହାମାରୀରେ ସାରା ପୃଥିବୀ କବଳିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବାରୁ ଡବ୍ଲ୍ୟୁସିଏସ୍‌ଆର ଗ୍ରୁପର ସଦସ୍ୟମାନେ ସହାୟତାର ହାତ ବଢ଼ାଇଛନ୍ତି।
ସେମାନଙ୍କ ସଂଗୃହୀତ ଅର୍ଥରେ ବାଲିଆପାଳ ବ୍ଲକର ୧୦୦ଜଣ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅଟା, ବୁଟଡାଲି, ସୋରିଷ ତେଲ, ବିସ୍କୁଟ, ସାବୁନ ଏବଂ ସର୍ଫ ଆଦି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡିପି) ଜରିଆରେ ବଣ୍ଟନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରଣବ କୁମାର ସାହୁଙ୍କ ନେତୃତ୍ୱରେ ଅଜୟ କୁମାର ଜେନା, ମନୋଜ ସାହୁ, ରବୀନ୍ଦ୍ର ପଣ୍ଡା, ଖବରଦାତା ରବିରଞ୍ଜନ ତ୍ରିପାଠୀ, ଗୋପନାରାୟଣ ଜେନା ପ୍ରମୁଖ ନିଖିରା, କୁମ୍ଭାରୀ, ଦେଭୋଗ, ଘଣ୍ଟୁଆ, ଲଙ୍ଗଳେଶ୍ୱର, ତାପୁଣ୍ଡିଆ, ଗୁଆପଡ଼ା, ରାଇଢ଼େଙ୍କ, ରେମୁଁ, ବିଶ୍ୱନାଥପୁର, ଡୁମିଚକ, ବଣିଆଡ଼ିହା ଆଦି ଗ୍ରାମର ଦିବ୍ୟାଙ୍ଗମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ରାଇଢ଼େଙ୍କ ଗ୍ରାମର ରାଜେନ୍ଦ୍ର ଗିରି ଜଣେ ଟ୍ରାଇସାଇକେଲ ବ୍ୟବହାରକାରୀ, ଊର୍ମିଳା ପ୍ରଧାନ ଅବିବାହିତ ଦୃଷ୍ଟିବାଧିତ ମହିଳା ଡବ୍ଲ୍ୟୁସିଏସଆର ଗ୍ରୁପ ଏବଂ ୱାଇଡିପି ସଙ୍ଗଠନର ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହିତ କରୋନାରୁ କିପରି ଭିନ୍ନକ୍ଷମମାନେ ନିଜକୁ ସୁରକ୍ଷିତ ରଖିବେ ଏବଂ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିବାରୁ ତାହା ଉପକାରରେ ଲାଗିବ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri