ବାର୍‌ ଉପରେ ପୋଲିସ୍‌ର ଚଢ଼ାଉ, ମାଲିକ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରରେ ଥିବା ଶାନ୍ତି ବାର୍‌ ଉପରେ ସୋମବାର ପୋଲିସ୍‌ ଅଚାନକ ଚଢ଼ାଉ କରିଥିଲା। ବେଆଇନ ଭାବେ ଖୋଲା ମଦ ବିକ୍ରି ସହ ଲକ୍‌ଡାଉନ ନିୟମକୁ ଅବମାନନା ଅଭିଯୋଗରେ ବାର୍‌ର ମାଲିକଙ୍କୁ ଗିରଫ କରାଯାଇଛି।
ବର୍ତ୍ତମାନ ସମୟରେ ସରକାର ମଦ ବିକ୍ରି ପାଇଁ ଅନଲାଇନ୍‌ ରେଜିଷ୍ଟ୍ରେଶନ ପରେ ହୋମ୍‌ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଏହି ବାର୍‌ ପକ୍ଷରୁ ଖୁଲମ୍‌ଖୁଲା ଅବମାନନା କରାଯାଉଥିଲା। ବେଆଇନ୍‌ ଭାବେ ଅଫଲାଇନ୍‌ ମାଧ୍ୟମରେ ବିକ୍ରି କରୁଥିବା ଖବରପାଇ ଜଳେଶ୍ୱର ପୋଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲ। ବାର୍‌ ମାଲିକଙ୍କୁ ଗିରଫ କରିବା ସହ ପ୍ରାୟ ନଗଦ ୧୪ହଜାର ଟଙ୍କା ଜବତ କରାଯାଇଛି। ଅନ୍ୟପକ୍ଷରେ ବାର୍‌ର ଷ୍ଟକିଂକୁ ଯାଞ୍ଚ କରିବା ପରେ ବାର୍‌କୁ ସିଲ୍‌ କରାଯିବ ବୋଲି ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ପ୍ରକାଶ କରିଛନ୍ତି।