Posted inଖେଳ

ବାର୍ଟି ବର୍ଷର ଶ୍ରେଷ୍ଠ ମହିଳା ଟେନିସ ଖେଳାଳି

ଲସ୍‌ ଏଞ୍ଜେଲ୍ସ, ୧୨।୧୨ (ଏଏଫ୍‌ପି)- ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଆସଲେଇଘ ବାର୍ଟି ୨୦୧୯ ବର୍ଷ ଲାଗି ‘ଡବ୍ଲ୍ୟୁଟିଏ ପ୍ଲେୟାର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ବାର୍ଟି ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହ ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ମଧ୍ୟ ହାସଲ କରିଥିଲେ। ୧୯୭୬ ପରେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ଭାବେ ସେ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନରେ ରହିବାର ସୌଭାଗ୍ୟ ପାଇଥିଲେ। ଶେଷଥର ପାଇଁ ୧୯୭୬ରେ ଅଷ୍ଟ୍ରେଲିଆର ଇଭୋନେ ଗୋଲଗଙ୍ଗ କାଓଲୀ ଏକ ନମ୍ବର ମାନ୍ୟତା ପାଇଥିଲେ। ମୋଟ୍‌ ୮୨ ପ୍ରତିଶତ ମିଡିଆ ଭୋଟ୍‌ ପାଇ ବାର୍ଟି ଚଳିତ ବର୍ଷ ଲାଗି ଶ୍ରେଷ୍ଠ ଡବ୍ଲ୍ୟୁଟିଏ ଖେଳାଳି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ ବ୍ୟତୀତ ବାର୍ଟି ବର୍ଷର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଏଥିସହ ସେ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଦ୍ୱିତୀୟ ସ୍ଥାନରେ ରହିଥିବା କାରୋଲିନା ପ୍ଲିସ୍କୋଭାଙ୍କଠାରୁ ସେ ଦୁଇ ହଜାର ପଏଣ୍ଟ ଅଧିକ ପାଇଛନ୍ତି। ୨୩ ବର୍ଷୀୟା ବାର୍ଟି ସିଜନ ଆରମ୍ଭରୁ ୧୫ତମ ସ୍ଥାନରେ ରହିଥିଲେ। ତାଙ୍କ କୋଚ୍‌ କ୍ରେଗ୍‌ ତାଇଜରଙ୍କୁ ବର୍ଷର ଶ୍ରେଷ୍ଠ ଡବ୍ଲ୍ୟୁଟିଏ କୋଚ୍‌ ଭାବେ ମନୋନୀତ କରାଯାଇଛି। ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଦୌଡ଼ରେ ବାଏଙ୍କା ଆନ୍ଦ୍ରେସ୍କୁ, ସିମୋନା ହାଲେପ୍‌ ଓ ନାଓମି ଓସାକା ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

ସର୍ଟଲିଷ୍ଟ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ! ଟିମ ଇଣ୍ଡିଆ ପାଇଁ କରିପାରନ୍ତି ଡେବ୍ୟୁ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଥିବା ବିସ୍ଫୋରକ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷେ ଧରି କ୍ରିକେଟ ଜଗତରେ ଝଡ଼ ସୃଷ୍ଟି…

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri