Categories: ଜାତୀୟ

ବାରାଣସୀ ପହଞ୍ଚିଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ବାରାଣସୀ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଥମେ ଜଙ୍ଗମଓ୍ବାଡି ମଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସେ ୧୯ ଭାଷାରେ ଅନୁବାଦ କରାଯାଇଥିବା ‘ସିଦ୍ଧାର୍ଥ ଶିଖବାଣୀ ଗ୍ରନ୍ଥ’ର ଉନ୍ମୋଚନ ସହ ଏକ ଆପ୍‌ ଲଞ୍ଚ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଚନ୍ଦୋଲିରେ ଦିନ ଦୟାଲ ଉପାଧ୍ୟାୟ ସ୍ମୃତି ସ୍ଥଳର ଲୋକାର୍ପଣ କରାଯିବ।

Share