Posted inଖେଳ

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟାଡିୟମରେ ପୋଲିସ ବ୍ୟବସ୍ଥା କିପରି ରହିବ ସେନେଇ ଡିସିପି ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରୁ ଓସିଏକୁ ପାଣ୍ଠି ଆସିଥିବା ଜଣାପଡ଼ିଛି। ଏହାର ଉପଯୋଗ କରାଯାଇ ଫନୀ ଝଡ଼ରେ ହୋଇଥିବା କ୍ଷୟକ୍ଷତିର ମରାମତି ୧୫ଦିନ ଭିତରେ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।
ଡିସିପି ସିଂ ମ୍ୟାଚ୍‌ ସମୟରେ ଦର୍ଶକଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ଗୁରୁତ୍ୱ ଦେଇଥିଲେ। ଖେଳାଳିମାନେ ଗେଟ୍‌ ନଂ-୧୪ ଦେଇ ଷ୍ଟାଡିୟମକୁ ଆସିବେ। ଭୁବନେଶ୍ୱର ପୋଲିସ ଖେଳାଳିଙ୍କୁ ସୁରକ୍ଷିତ ନେବାଆଣିବା ଦାୟିତ୍ୱରେ ରହିବ। କଟକର ଟ୍ରାଫିକ୍‌ ବ୍ୟବସ୍ଥା କଡାକଡ଼ି କରାଯିବ ବୋଲି ଡିସିପି କହିଥିଲେ। ଷ୍ଟାଡିୟମ ବାହାରେ ବାରିକେଡ୍‌ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ନକଲି ଟିକେଟ ବିକ୍ରି ପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ଡିସିପି କହିଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ କହିଥିଲେ। ଭାଙ୍ଗିଥିବା କର୍ପୋରେଟ୍‌ ବକ୍ସ, ପ୍ରେସ୍‌ ଗ୍ୟାଲେରି, ସ୍ପେଶାଲ ଏନ୍‌କ୍ଲୋଜର ପ୍ରଭୃତି ସ୍ଥାନ ଆଉ ୧୫ଦିନ ଭିତରେ ମରାମତି ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।
୭ ନଂ ଗ୍ୟାଲେରିର ରିପୋର୍ଟକୁ ଅପେକ୍ଷା
ଗ୍ୟାଲେରି ନଂ-୭ର ସିଟ୍‌ ସଂଖ୍ୟା ୫୨୮୨। ଏହି ଗ୍ୟାଲେରିକୁ ହାତଛଡ଼ା କରିବାକୁ ଚାହୁଁନି ଓସିଏ। ଫନୀରେ ଏହା ଭାଙ୍ଗିଥିବାରୁ ଏହାର ଟିକେଟ ବିକ୍ରି ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହାର ସ୍ଥିତି କିଭଳି ଅଛି ସେହି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦୁଇଟି ସରକାରୀ ଏଜେନ୍ସି ଗ୍ୟାଲେରି ନଂ-୭ର ଅନୁଧ୍ୟାନ କରି ଫେରିଛନ୍ତି। ସୋମବାର ଦୁଇଟି ଯାକ ଏଜେନ୍ସି ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସଞ୍ଜୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri