Posted inଖେଳ

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ

କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି ରାଜ୍ୟର ଏହି ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କ୍ରିକେଟ ଷ୍ଟାଡିୟମ। ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବା ଭଳି ପରିସ୍ଥିତି ମଧ୍ୟ ନାହିଁ। ଏଣୁ ଓଡ଼ିଶାର କ୍ରୀଡ଼ାପ୍ରେମୀ ନିରାଶ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପଠାଯାଇଥିଲେ ମଧ୍ୟ ଏଯାଏଁ ଉତ୍ତର ଆସିନି। ବିସିସିଆଇ ନିର୍ବାଚନ ହେବା ପରେ ବୋଧହୁଏ ବାରବାଟୀର କ୍ଷୟକ୍ଷତି ପ୍ରତି ଦୃଷ୍ଟି ଦିଆଯିବ। ସେତେବେଳକୁ ନେଡ଼ିଗୁଡ଼ କହୁଣgକୁ ବୋହି ଯାଇଥିବା ଭଳି ସ୍ଥିତି ଉପୁଜି ସାରିଥିବ। ଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମ୍ୟାଚ୍‌ ଆୟୋଜନ କରିବାକୁ ହେଲେ ଆଉ କିଛିଦିନ ମଧ୍ୟରେ ମରାମତି କାମ ଆରମ୍ଭ କରିବାକୁ ହେବ। ବିସିସିଆଇ ନିର୍ବାଚନ ପରେ କାମ ଆରମ୍ଭ ହେଲେ ମ୍ୟାଚ ପୂର୍ବରୁ ସରିବା ମୁସ୍କିଲ। ଏଣୁ ଅନିଶ୍ଚିତତା ମଧ୍ୟରେ ରହିଛି ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ।
ଡିସେମ୍ବର ୬ ତାରିଖରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ ଭାରତରେ ୩ଟି ଟି୨୦ ଓ ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିବ। ଏକଦିବସୀୟ ସିରିଜର ଚୂଡ଼ାନ୍ତ ତଥା ୩ୟ ମ୍ୟାଚ୍‌ଟି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ୪୫ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଏବେ ଭଙ୍ଗାରୁଜା ଅବସ୍ଥାରେ ଅଛି। ଗତ ମେ ୩ରେ ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାରବାଟୀ ଷ୍ଟାଡିୟମ ମଧ୍ୟ ବାଦ୍‌ ପଡ଼ି ନ ଥିଲା। ଫନୀ ପ୍ରଭାବରେ ପ୍ରାୟ ୨୦ କୋଟି ଟଙ୍କାର କ୍ଷତି ହୋଇଥିଲା। ସମସ୍ତ ଫ୍ଲଡ ଲାଇଟ୍‌ର ବଲବ ଭାଙ୍ଗିଯାଇଥିବା୍‌ବେଳେ କର୍ପୋରେଟ ବକ୍ସ, ମିଡ଼ିଆ ଗ୍ୟାଲେରି, ସ୍ପେଶାଲ ଏନ୍‌କ୍ଲୋଜର, ସମ୍ମିଳନୀ କକ୍ଷ ସମେତ ବିଭିନ୍ନ ପାର୍ଶ୍ୱ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହାଛଡ଼ା ଗତ ମାସରେ କିଛି ଗ୍ୟାଲେରିରୁ ପ୍ଲାଷ୍ଟର ମଧ୍ୟ ଖସୁଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ଅଲିମ୍ପିକ ଆସୋସିଏଶନ (ଓଓଏ) ପକ୍ଷରୁ ଏହି ସ୍ଥାନ ଗୁଡ଼ିକରେ ଜାଲ ବାନ୍ଧି ଦିଆଯାଇଥିଲା। ଗତ ଅଗଷ୍ଟ ୭ ତାରିଖରେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ କମ୍ପାନୀ ‘ଦେବ ମସ୍କୋ’ ବାରବାଟୀ ଷ୍ଟାଡିୟମର କ୍ଷୟକ୍ଷତି ଆକଳନ କରି ଫେରିଥିଲା। କମ୍ପାନୀର ୨ଜଣ ବରିଷ୍ଠ ଅଧିକାରୀ ଆକଳନ ଦାୟିତ୍ୱରେ ଆସିଥିଲେ। ବର୍ଷା ଯୋଗୁ ଏମାନେ ଷ୍ଟାଡିୟମର ସମସ୍ତ ଭାଗ ବୁଲିପାରି ନ ଥିବାବେଳେ ଆକଳନ ଶେଷ କରିଥିଲେ ବୋଲି ସୂଚନା ଦେଇଥିଲେ। ତେବେ କ୍ଷୟକ୍ଷତି କେତେ ଘଟିଛି ସେ ରିପୋର୍ଟ ସେମାନେ ଫେରିବା ପରେ ମେଲ୍‌ ଯୋଗେ ଓଡିଶା କ୍ରିକେଟ ଆସୋସିଏଶନ(ଓସିଏ) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଜଣାଇଥିଲେ। ‘ଦେବ ମସ୍କୋ’ କମ୍ପାନୀ କେବଳ ଫ୍ଲଡ ଲାଇଟ ମରାମତି କାର୍ଯ୍ୟ ହାତକୁ ନେବ। ଏହି କମ୍ପାନୀ ଏକଥା ବି ସ୍ପଷ୍ଟ କରିଥିଲା ଯେ, କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅତିବେଶିରେ ଏକ ମାସ ସମୟ ଲାଗିବ। ଯଦି କେବଳ ଫ୍ଲଡ ଲାଇଟ ମରାମତିକୁ ଏକମାସ ସମୟ ଆବଶ୍ୟକ ତେବେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ସଜାଡିବାକୁ କେତେ ସମୟ ଲାଗିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶୁକ୍ରବାର ଶେଷ ହୋଇଛି ଓସିଏର କର୍ମକର୍ତ୍ତା ନିର୍ବାଚନ। ଏହାପରେ ଆସନ୍ତା ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ ଦିନ ଧାର୍ଯ୍ୟ ହୋଇଛି। ବିସିସିଆଇ ନିର୍ବାଚନ ସରିଲେ ହିଁ ଓସିଏକୁ ପାଣ୍ଠି ଦିଆଯିବ ବୋଲି ଓସିଏର ଜଣେ ଅଧିକାରୀ କହିଛନ୍ତି। ଯଦି ଏପରି ହୁଏ ତାହେଲେ ବାରବାଟୀକୁ ମରାମତି କରାଯାଇ ମ୍ୟାଚ କରାଯିବା କାଠିକର ପାଠ ହେବ।

ୱେଷ୍ଟଇଣ୍ଡିଜର ୪ର୍ଥ ଗସ୍ତ
ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀରେ ହେଲେ ଏହାହେବ ୱେଷ୍ଟଇଣ୍ଡିଜ ଦଳ ନିମନ୍ତେ ଓଡ଼ିଶାକୁ ୪ର୍ଥ ଗସ୍ତ। ପ୍ରଥମଥର ନିମନ୍ତେ ୧୯୯୪ ନଭେମ୍ବର ୯ରେ ଭାରତ ବିପକ୍ଷରେ ଏଠାରେ ଏକ ଏକଦିବସୀୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଖେଳିଥିଲା। ପରେ ୨୦୦୭ ମସିହା ଜାନୁୟାରୀ ୨୪ ଓ ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ମଧ୍ୟ ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳିଛି। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଏହା ହେବ ୨୧ତମ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri