ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ ଆଶା ଏବେ ବି ଲୋକଙ୍କ ମନରେ ରହିଛି। ହେଲେ ସେହି ପୁଅ ବଞ୍ଚି ଥାଉ ଥାଉ ମା’ ପାଟିରେ ବିଷ ଦେଇ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପାରୁଳିଆ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଅମାନବୀୟ କାର୍ଯ୍ୟ ଦେଖିବା ପରେ ପଡ଼ୋଶୀ ହତ୍ୟାକାରୀ ପୁଅ ଲକ୍ଷ୍ମୀକାନ୍ତ ଦଳେଇ(୩୫)ଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲକ୍ଷ୍ମୀକାନ୍ତଙ୍କୁ ଉଦ୍ଧାର କରି ଗିରଫ କରିଛି।
ସୂଚନା ଅନୁଯାୟୀ, ପାରୁଳିଆ ଗ୍ରାମର ବିଧବା ପଦ୍ମାବତୀ ଦଳାଇ (୭୦)ଙ୍କ ଏକମାତ୍ର ପୁଅ ଲକ୍ଷ୍ମୀକାନ୍ତ ଅଧିକାଂଶ ସମୟ ନିଶାଗ୍ରସ୍ତ ଅବସ୍ଥାରେ ରହି ସ୍ତ୍ରୀ, ପିଲାଛୁଆ ଓ ମା’ଙ୍କ ସହିତ ଗଣ୍ଡଗୋଳ କରି ଘର ପରିବେଶକୁ ଅଶାନ୍ତ କରିଥାନ୍ତି। ବୃଦ୍ଧା ମା’ଙ୍କୁ ଅଧିକାଂଶ ଦିନ ପେଟପୂରା ଖାଇବାକୁ ନ ଦେବା ଓ ପିନ୍ଧିବାକୁ ବସ୍ତ୍ର ନ ଦେଇ ମାଡ଼ ମାରିବା ଭଳି ଘଟଣା ଘଟାଇଥାନ୍ତି। କେହି ତାଙ୍କୁ ଛଡ଼ାଇବାକୁ ଗଲେ ସେମାନଙ୍କୁ ମଧ୍ୟ ସେ ମାରପିଟ୍‌ କରିବାକୁ ପଛାଇ ନ ଥାନ୍ତି। ଗୁରୁବାର ଲକ୍ଷ୍ମୀକାନ୍ତଙ୍କ ଔଦ୍ଧତ୍ୟ ସୀମା ଟପିଯାଇଥିଲା। ପ୍ରଥମେ ମା’ଙ୍କ ସହିତ କଳି କରି ଖାଇବାକୁ ନ ଦେଇ ଘରୁ ବାହାର କରିଦେଇଥିଲେ। ପରେ ବୃଦ୍ଧାଜଣକ ଘରକୁ ରାତିରେ ଭୟରେ ଲୁଚି ଆସି ବାରଣ୍ଡାରେ ଶୋଇଥିଲେ। ଶୁକ୍ରବାର ସକାଳେ ଲକ୍ଷ୍ମୀକାନ୍ତ ତାଙ୍କ ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ ଶ୍ୱଶୁରଘରେ ଛାଡ଼ିଦେଇ ଆସିଥିଲେ। ସେଠାରୁ ସେ ଘରକୁ ଫେରିବା ପରେ ବାରଣ୍ଡାରେ ଶୋଇଥିବା ମା’ଙ୍କ ପାଟିରେ ଜବରଦସ୍ତ କୀଟନାଶକ ପିଆଇ ଦେଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପଡୋଶୀ ଓ ଗ୍ରାମବାସୀ ଏହା ଜାଣିବା ପରେ ଲକ୍ଷ୍ମୀକାନ୍ତଙ୍କୁ କୌଶଳକ୍ରମେ କାବୁ କରି ବିଲ ପାଖ ଏକ ଗଛରେ ବାନ୍ଧି ପିଟିଥିଲେ। ଖବରପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାତୃ ହତ୍ୟାକାରୀଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଗିରଫ କରିଥିଲା। ଏନେଇ ବୃଦ୍ଧାଙ୍କ ସମ୍ପର୍କୀୟ ନାତି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୬/୨୬) ରୁଜୁ କରି ତଦନ୍ତ ଜାରି ରଖିଛି। ବୃଦ୍ଧାଙ୍କ ମୃତଦେହକୁ ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି l ଲକ୍ଷ୍ମୀକାନ୍ତଙ୍କ ନାମରେ ପୂର୍ବରୁ ଅନେକ ଫୌଜଦାରି ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri