ବାରକୋଟରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟରୁ କଲରାପତରିଆ ବାଘ ଚମଡ଼ା ର଼୍ୟାକେଟ୍‌ ଧରାପଡ଼ିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଇଛି। ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସବ୍‌ ଇନ୍ସପେକ୍ଟର ନଳିନୀକାନ୍ତ ଦାସ ଅଭିଯୁକ୍ତମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଶିକାରୀମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା କ୍ରାଇମବ୍ରାଞ୍ଚ ଏସିପି ପି. ରାହୁଲ କହିଛନ୍ତି। ସେପଟେ ଏହି ଘଟଣା ପରେ ପଦକ୍ଷେପ ପାଇଁ ତତ୍ପର ହୋଇଉଠିଛି ବନ ବିଭାଗ। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ପିସିସିଏଫ୍‌ ଅଜୟ ମହାପାତ୍ର କହିଛନ୍ତି, ଆମର ଇଣ୍ଟେଲିଜେନ୍ସ ବଢ଼ାଇବାକୁ ପଡ଼ିବ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଡିଏଫ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କହିଛନ୍ତି, ଶିକାର ହୋଇଥିବା କଲରାପତରିଆ ବାଘଟି ଦେବଗଡ଼ ଡିଭିଜନର କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେ ତଦନ୍ତ ଜାରି ରଖିଛୁ। ଆଗକୁ ଏପରି ଘଟିଲେ ସ୍ଥାନୀୟ ରେଞ୍ଜ ଅଫିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ ଓଡ଼ିଶାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) କ୍ଷୋଭ ପ୍ରକାଶ କରିବା ସହିତ ବନ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଏନ୍‌ଟିସିଏ ମୁଖ୍ୟ ଅନୁପ ନାୟକ କହିଛନ୍ତି. ଓଡ଼ିଶାରେ ଏତେ ସଂଖ୍ୟାରେ କଲରାପତରିଆ ବାଘ ଚମଡ଼ା କ୍ରାଇମବ୍ରାଞ୍ଚ ଦ୍ୱାରା ଜବତ ହେବା ଅତ୍ୟନ୍ତ ଉଦବେଗର ବିଷୟ। ବାଘ ଶିକାର ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିବୁ। ଏଥିସହ ଓଡ଼ିଶା ପାଇଁ ଏକ ଆଡ଼ଭାଇଜରି ମଧ୍ୟ ଜାରି କରିବୁ ବୋଲି ଏନ୍‌ଟିସିଏ ମୁଖ୍ୟ କହିଛନ୍ତି।

ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ପୂର୍ବରୁ କ୍ରାଇମବ୍ରାଞ୍ଚ କୁଚିଣ୍ଡାରେ ଜବତ କରିଥିବା ୪ଟି ବାଘ ଚମଡ଼ାରେ ଗୁଳି ଚିହ୍ନ ଥିଲା। ଦେବଗଡ଼ରୁ ଜବତ ଚମଡ଼ାରେ ସମାନ ପ୍ରକାରର ଚିହ୍ନ ରହିଥିବାରୁ ବାଘକୁ ଗୁଳି କରି ଶିକାର କରାଯାଇଥିବା ଜଣାପଡୁଛି। ହେଲେ ବନ୍ଧୁକ ଓ ଶିକାରୀଙ୍କୁ ଧରିବାକୁ ବନ ବିଭାଗ ଆଦୌ ପ୍ରାଥମିକତା ଦେଉନାହିଁ। ଶିମିଳିପାଳର କୋର୍‌ ଏରିଆରେ ବନ୍ଧୁକ ଚାଳନା ଭିଡିଓ ଗଣମାଧ୍ୟମରେ ପ୍ରକାଶିତ ହେଲା। ତଦନ୍ତରୁ ସତ୍ୟତା ପ୍ରମାଣିତ ହେଲା, ହେଲେ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ସେହିଭଳି ବନ୍ଧୁକରେ ଯେ ଶିକାର ହେଉ ନ ଥିବ ସେକଥା କିଏ କହିବ ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦେବଗଡ଼ ଜିଲାରୁ ୭ ଫୁଟର ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଜେଲ୍‌ ବିଭାଗ କର୍ମଚାରୀଙ୍କ ପୁଅ ଅଛନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସଚ୍ଚିକାନ୍ତ ନାୟକ। ରମଣୀସେନ ଏହି ମାମଲାର ମାଷ୍ଟର ମାଇଣ୍ଡ୍‌ ବୋଲି ଜଣାପଡ଼ିଛି। ରାଉରକେଲାରେ ବାଘ ଛାଲ ବିକ୍ରି କରିବା ପାଇଁ ଗିରଫ ଅଭିଯୁକ୍ତମାନେ ଯୋଜନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ କୁଚିଣ୍ଡାରେ ୪ଟି ବାଘ ଛାଲ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri