Posted inଖେଳ

ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍‌

କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌ ଖାନ କହିଛନ୍ତି। ପାକିସ୍ତାନର ବାବର ଜଣେ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ୫ ବର୍ଷ ପରେ ତାଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ। କୋହଲି ସବୁ ଫର୍ମାଟରେ ଓ ସବୁ ପ୍ରକାର ପରିସ୍ଥିତିରେ ନିଜର ଦକ୍ଷତା ପ୍ରମାଣ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ବାବର ଏଥିରେ ବହୁତ ପଛରେ ରହିଛନ୍ତି ବୋଲି ୟୁନିସ୍‌ ସ୍ପଷ୍ଟ କରିଛନ୍ତି। ଅଭିଜ୍ଞତାରେ ମଧ୍ୟ କୋହଲି ବହୁତ ଆଗରେ ରହିଛନ୍ତି। ଶ୍ରେଷ୍ଠ କ୍ରିକେଟ ଖେଳିବାରେ କୋହଲିଙ୍କର ଅଧିକ ୫ ବର୍ଷର ଅଭିଜ୍ଞତା ରହିଛି। ପୁଣି କୋହଲି ଏବେ କ୍ୟାରିୟରର ଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। ସବୁ ପ୍ରକାର ସ୍ଥିତିରେ ଭଲ ଖେଳି କୋହଲି ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ବାବରଙ୍କୁ ଆହୁରି ବହୁତ ବାଟ ଯିବାକୁ ପଡିବ ବୋଲି ସେ କହିଛନ୍ତି।
ବାବର ମଧ୍ୟ ୩ଟି ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି ଓ ତାଙ୍କର ବ୍ୟାଟିଂ ଆଭରେଜ୍‌ ମଧ୍ୟ ଭଲ ରହିଛି। ଦିନକୁ ଦିନ ତାଙ୍କ ପ୍ରଦର୍ଶନରେ ଉନ୍ନତି ହେଉଛି। କୋହଲିଙ୍କ ଭଳି ଟେକ୍‌ନିକ୍‌ ଓ କ୍ୱାଲିଟି ବାବରଙ୍କ ପାଖରେ ରହିଛି ବୋଲି ୟୁନିସ୍‌ କହିଛନ୍ତି। ୩୧ ବର୍ଷୀୟ କୋହଲି ୨୦,୦୦୦ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଛନ୍ତି। ଅନ୍ୟପଟେ ୨୫ ବର୍ଷୀୟ ପାକିସ୍ତାନ ଦିନିକିଆ ଅଧିନାୟକ ବାବର ଅପେକ୍ଷାକୃତ କମ୍‌ ମ୍ୟାଚ୍‌ ଖେଳି ୬୬୮୦ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri