ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବହୁ ବରିଷ୍ଠ ନେତା ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ବର୍ତ୍ତମାନ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିରଞ୍ଜନ କଂଗ୍ରେସକୁ ବାପ-ପୁଅ ଦଳରେ ପରିଣତ କରିଛନ୍ତି ବୋଲି କାହ୍ନୁ ଲେଙ୍କା ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ଟଙ୍କା ନେଇ ପିସିସି ସଭାପତି ଟିକେଟ ବିକ୍ରି କରିଥିବା ଅଭିଯୋଗ କରି ବହୁ ନେତା ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ଏହି ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କିଛିଦିନ ତଳେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତ ମଧ୍ୟ ପିସିସି ସଭାପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ରବିବାର କାହ୍ନୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ ନିରଞ୍ଜନ ବ୍ୟାକୁଳ ଥିଲେ। ସେଥିପାଇଁ ବହୁ ଜ୍ୟୋତିଷ ଓ ବଡବଡ ଲୋକଙ୍କ ସହ କଥା ହେଉଥିଲେ। ମାତ୍ର ସବୁଆଡୁ ନିରାଶ ହେବାପରେ ଉପମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରିଥିଲେ। ଏହାକୁ ସାକାର କରିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପଠାଇ ପିସିସି ସଭାପତି ଷଡ଼ଯନ୍ତ୍ର କରିଛନ୍ତି ବୋଲି କାହ୍ନୁ କହିଛନ୍ତି।
ସେ ଆହୁରି କହିଛନ୍ତି, କଂଗ୍ରେସ ବିପର୍ଯ୍ୟୟ ପାଇଁ ଦଳର ରାଜ୍ୟ ନେତୃବୃନ୍ଦ ଦାୟୀ। ଏହି ବିପର୍ଯ୍ୟୟ ପ୍ରାକୃତିକ ନୁହେଁ। କୃତ୍ରିମଭାବେ ଏହି ବିପର୍ଯ୍ୟୟ କରାଯାଇଛି। କଂଗ୍ରେସକୁ ତଳିତଳାନ୍ତ କରିବାକୁ ଏପରି ଏକ ଷଡ଼ଯନ୍ତ୍ର ରଛାଯାଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ପିସିସି ସଭାପତି ପରାଜୟ ସ୍ବୀକାର କରି ନେଉଛନ୍ତି। ଦୁଃଖର ସହ କହିବାକୁ ପଡୁଛି, ଟିକେଟ ଏଥର ବଣ୍ଟା ଗଲାନାହିଁ ବରଂ ପକେଟରୁ କାଢି ଦିଆଗଲା। ନେତୃତ୍ୱର ପରାକାଷ୍ଠା ରହିଲାନାହିଁ। ଯେତେବେଳେ ଯାହାକୁ ଚାହିଁଲେ ଟିକେଟ ବାଣ୍ଟିଲେ। ପ୍ରଥମେ କୁହାଗଲା ପରିବାରର ଜଣଙ୍କୁ ଟିକେଟ ଦିଆଯିବ। ହେଲେ ପରବର୍ତ୍ତୀ ସମୟରେ ସେହି ନିୟମକୁ ପରିବର୍ତ୍ତନ କରାଗଲା। ପିସିସି ସଭାପତି ଦୁଇଟି ସ୍ଥାନରୁ ଠିଆ ହେଲେ। ଏହାସହ ତାଙ୍କ ପୁଅଙ୍କୁ ମଧ୍ୟ ଗୋଟିଏ ଆସନରୁ ଟିକେଟ ଦେଲେ। ବାପ-ପୁଅ ସମସ୍ତେ ହାରିଗଲେ। ସେମାନେ କଂଗ୍ରେସକୁ ବାପ-ପୁଅ ଦଳରେ ପରିଣତ କରିଦେଲେ। ଅନ୍ୟ ଜଣେ ନେତା ଅଛନ୍ତି ଯିଏ ଏଥର ନିର୍ବାଚନ ଲଢିଲେନାହିଁ। କିନ୍ତୁ ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ବିଜେଡିରୁ ଓ ଅନ୍ୟ ଜଣଙ୍କୁ କଂଗ୍ରେସରୁ ଠିଆ କରାଇଥିଲେ। ସେ ବର୍ତ୍ତମାନ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅଛନ୍ତି ବୋଲି କହି ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ କାହ୍ନୁ ଟାର୍ଗେଟ କରିଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସର କ’ଣ ପାଇଁ ବିପର୍ଯ୍ୟୟ ଘଟିଲା ତା’ର କାରଣ ଖୋଜିବାକୁ ୨୧ଜଣିଆ କମିଟି ଗଠନ କରାଯାଇଛି। କାରଣ ଖୋଜିବାକୁ ଯେଉଁମାନଙ୍କୁ କମିଟିରେ ରଖାଯାଇଛି ସେମାନେ ନିଜେ ଏହି ବିପର୍ଯ୍ୟୟ ପାଇଁ ଦାୟୀ । ଶୃଙ୍ଖଳା କମିଟିରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ପ୍ରମୁଖ ରହିଛନ୍ତି। ତେବେ କମିଟିରେ ରହିଥିବା ଅଧିକାଂଶ ନେତାଙ୍କ ମଧ୍ୟରୁ ବହୁଜଣ ନିରଞ୍ଜନଙ୍କୁ ପିସିସି ସଭାପତି କରିବା ପାଇଁ ଜୋର୍‌ଦାର ଉଦ୍ୟମ କରିଥିଲେ ବୋଲି କାହ୍ନୁ କହିଛନ୍ତି। ଅପରପକ୍ଷରେ କାହ୍ନୁଙ୍କ ଅଭିଯୋଗ ପରେ ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ କହିଛନ୍ତି, ଦଳରେ କୁହାଳିଆ ନେତାଙ୍କ ବାରବାଟି ଚାଷ। ଯିଏ କାମ କରେ ସିଏ କେବେ ହେଲେ କହେ ନାହିଁ। ତୃଣମୂଳସ୍ତରରେ କାମ କରିବା ଲୋକ ବହୁତ କମ୍‌। ଯେଉଁମାନେ ତୃଣମୂଳସ୍ତରରେ କାମ କରନ୍ତି ସେମାନେ କିଛି କୁହନ୍ତି ନାହିଁ। କଂଗ୍ରେସର ଏଭଳି ଅବସ୍ଥା ପାଇଁ ଦଳର ନେତୃବୃନ୍ଦ ମୁଖ୍ୟତଃ ଦାୟୀ। ଆମ ଦଳର ସବୁଠାରୁ ବଡ ସମସ୍ୟା ହେଉଛି, ଖାଲି ଘରେ ବସି କହିବା ଜାଣିଛନ୍ତି। ତାଙ୍କ ଦୁଇ ଝିଅ ଅଲଗା ଅଲଗା ଦଳରୁ ଲଢିବା ପ୍ରସଙ୍ଗରେ ସେ କହିଛନ୍ତି, ଏଇଟା କିଛି ନୂଆ କଥା ନୁହେଁ। ସବୁ ଦଳରେ ଏଭଳି ଉଦାହରଣ ଦେଖିବାକୁ ମିଳିବ। ଖୋଦ୍‌ ପିସିସି ସଭାପତିଙ୍କ କଥାକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହୋଇଯିବ। ସେ ତୃଣମୂଳସ୍ତରରେ କାମ କରିଥିବା କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ନିରଞ୍ଜନ କହିଛନ୍ତି ଯେ, ଲୋକ ଅଭିଯୋଗ କରିବେ। କଂଗ୍ରେସ ବିଗତ ଦିନରେ ୧୦ଟି ଆସନରେ ଜିତିଥିଲା ପରବର୍ତ୍ତୀ ସମୟରେ ୧୨୦ ଆସନ ପାଇ ସରକାର ମଧ୍ୟ କରିବାରେ ସକ୍ଷମ ହେଲା। ବହୁ ବଡବଡ ନେତା ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ନେତା ମଧ୍ୟ ନିର୍ବାଚନ ହାରିବାର ଦୃଷ୍ଟାନ୍ତ ରହିଛି ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri