ବାପ୍‌ ଆରପାରେ, ମା’ର ପତା ନାଇଁଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ।
ଏନ୍‌ତା ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ ଦକ୍ଷିଣ ରାଉରକେଲାର ଲାଲଟାଙ୍ଗି ସାନ୍ତାଳ ପଡ଼ାରେ। ଇଠାନେ ବହୁତ୍‌ ବଛର ଧରି ରହିଆସୁଥିବାର ମୋହନ ପୂର୍ତ୍ତି(୩୭), ମାଏକିନା ଲାଲି, ପୁଓ ଆକାଶ(୯), ଆଜାଦ(୭) ଆର ଝି’ ସିମରନ(୫) ଦିନେ ହସଖୁସିରେ ରହୁଥିଲେ। ମୋହନ କୁଲି ମଜୁରି କରି ପରିବାର ଚଲାଲାବେଲେ ମାଏକିନା ଲାଲି ତାହାକୁ ସହଯୋଗ କରୁଥିଲେ। ହେଲେ ଆଏଜ୍‌କେ ୩ ବଛର ତଲେ ଲାଲି କେନ୍‌ଗୁଟେ ଦଲାଲ୍‌ର ଶିଖାପଢ଼ାରେ ପଡ଼ି ଘରଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଲୋକ୍‌ କହେବାର ହିସାବେ ଅଭାବ ଅନାଟନ ଲାଗି ଲାଲି ସବୁବେଲେ ଚିନ୍‌ତାରେ ରହୁଥିଲେ। ଅଧ୍‌କା କମାନି ଆଶ୍‌ରେ ସେ ଦିଲ୍ଲୀ କି ମୁମ୍ବାଇ ପଲେଇଛନ୍‌। ହେଲେ ସେ କେନ୍‌ଠାନେ ଅଛନ୍‌, କେନ୍‌ଥେଇ ଅଛନ୍‌ ସେ ବାବ୍‌ଦେ କାହାରି ପାସେ ଖବର ନଁାଇଁନ। ଲାଲି ପଲେଇଗଲା ଉତାରୁ ଏକ୍‌ଲା ହେଇଯାଇଥିଲେ ମୋହନ। ୩ ପିଲାଛୁଆକୁ କମେଇ ପୁଷ୍‌ବେ କି ପାଠ୍‌ ପଢ଼ାବେ ସେ ଚିନ୍‌ତାରେ ସେ ହରମେଶା ଘାରି ହେଉଥିଲେ। ତଥାପି ପାସର ସରକାରୀ ସ୍କୁଲରେ ଦୁଇ ପୁଓର ନଁା ଲେଖେଇଥିଲାବେଲେ ଝି’କେ ଅଙ୍ଗନଓ୍ବାଡିରେ ଛାଡ଼ି କାମ୍‌ଧଁଦା କରି ଯାଉଥିଲେ। ଏନ୍‌ଥେଇ ଦୁଖେକଷ୍‌ଟେ ତାକର ସଁସାର ଚାଲିଥିଲା। ସବୁକଥା ଭାଲି ଭାଲି ଦିନୁ ଦିନ୍‌କେ ମୋହନ ଭାଂଗି ପଡ଼ଲେ। ଏନ୍‌ଥେଇ ସେ ରୋଗ୍‌ରେ ପଡ଼ଲେ। ଦିନ୍‌ଯାକ ହାଡ଼ଭଂଗା ପରିଶ୍ରମକେ ଚିକିସତ୍ା ଅଭାବଟା ଶେଷେ ମୋହନକେ ମରନ୍‌ ମୁହୁଁକେ ଘିଚିନେଲା। ଦିନାକେତେ ସେ ରୋଗ୍‌ରେ ଖଟେ ପଡ଼ି ଆଏଁଖ୍‌ ମୁଜିଦେଲେ। ମା’ର ଖୋଜଖବର ନାଇଁଥିଲା ବେଲେ ବାପର ଉଢ଼ାଲେ ରହିଥିଲେ ୩ ଛୁଆ। ହେଲେ ଏହେଦେ ସେମାନେ ପୂରାପୂରି ଅସାହା। ଘଟନା ବାବ୍‌ଦେ ଖବରପାଇ ମୋହନକଁର କେହି ଝନେ ଲାଗେଲେସର ଆସି ଝି’କେ ନେଇଗଲେ। ଦୁଇ ପୁଓ ଆକାଶ ଆର ଆଜାଦ ପାଖ୍‌ପଡ଼ିଶାକର ଆଶ୍‌ରାରେ ରହିଛନ୍‌। ମା’ ଲାଲିର ନଁାରେ ଥିବାର ରାଶନ କାର୍ଡ ଏହେଦେ ଅଚଲ। ଆଧାର କାର୍ଡ ଅଭାବୁ ଇଥ୍‌ରେ ମୋହନ କି ତାକର ପିଲାଛୁଆକର ନଁା ନାଇଁ ଚଢ଼ି ପାରଲା। ଲାଲି ଘରଛାଡ଼ି ପଲେଇଥିବାର ଲାଗି ରିଟେଲର ବି ଚାଉଲ ନାଇଁ ଦେବାର। ପେଟ୍‌କେ ଯେତେବେଲେ ମୁଠେ ଖାଏବାକେ ନାଇଁ ମିଲବାର ଏନ୍‌ତାଥି ପାଠ୍‌ପଢ଼ା ଚିନ୍‌ତା କେନ୍‌ନୁ ଆଏବା। ଇଆଡ଼େ ମୋହନ କି ଲାଲିର ନିଜର ଘରର ଠିକ୍‌ନା ଖୁଜି ନାଇଁ ପାଏବାର ପଡ଼ାବାସୀ। ଏହେଦେ ପ୍ରଶ୍ନ ଉଠୁଛେ ଇ ୩ ପିଲାକର ଭବିଷତ୍‌ କେନ୍‌ଥେଇ କଟବା। ବାପ୍‌ ପଡ଼ାରେ ତିଆରି କରିଥିବାର ଘରଟାକେ ଛାଡ଼ିଦେଲେ ଇମାନକର ପାସେ ଆର କିଛି ନାଇଁ। ଲାଗେଲେସର କାହାରି ଠିକ୍‌ନା କାହାକେ ଜନା ନାଇଁ। ଏନ୍‌ତାଥି କେତେଦିନ୍‌ ପଡ଼ିଶା ଘରେ ପଡ଼ି ରହିବେ ଦୁଇ ନାବାଲକ ଭାଇ। ଏନ୍‌ତା ଦୁଇଛକିରେ ପଡ଼ିଥିବାର ପଡ଼ାବାସୀ ଏହେଦେ ମୋହନର ଲାଗେଲେସରମାନକୁ ଟାକବାର ଛଡ଼ା ଉନିଆ କିଛି ବାଟ ନାଇଁ ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri