ବାପ୍‌ ଆରପାରେ, ମା’ର ପତା ନାଇଁଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ।
ଏନ୍‌ତା ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ ଦକ୍ଷିଣ ରାଉରକେଲାର ଲାଲଟାଙ୍ଗି ସାନ୍ତାଳ ପଡ଼ାରେ। ଇଠାନେ ବହୁତ୍‌ ବଛର ଧରି ରହିଆସୁଥିବାର ମୋହନ ପୂର୍ତ୍ତି(୩୭), ମାଏକିନା ଲାଲି, ପୁଓ ଆକାଶ(୯), ଆଜାଦ(୭) ଆର ଝି’ ସିମରନ(୫) ଦିନେ ହସଖୁସିରେ ରହୁଥିଲେ। ମୋହନ କୁଲି ମଜୁରି କରି ପରିବାର ଚଲାଲାବେଲେ ମାଏକିନା ଲାଲି ତାହାକୁ ସହଯୋଗ କରୁଥିଲେ। ହେଲେ ଆଏଜ୍‌କେ ୩ ବଛର ତଲେ ଲାଲି କେନ୍‌ଗୁଟେ ଦଲାଲ୍‌ର ଶିଖାପଢ଼ାରେ ପଡ଼ି ଘରଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଲୋକ୍‌ କହେବାର ହିସାବେ ଅଭାବ ଅନାଟନ ଲାଗି ଲାଲି ସବୁବେଲେ ଚିନ୍‌ତାରେ ରହୁଥିଲେ। ଅଧ୍‌କା କମାନି ଆଶ୍‌ରେ ସେ ଦିଲ୍ଲୀ କି ମୁମ୍ବାଇ ପଲେଇଛନ୍‌। ହେଲେ ସେ କେନ୍‌ଠାନେ ଅଛନ୍‌, କେନ୍‌ଥେଇ ଅଛନ୍‌ ସେ ବାବ୍‌ଦେ କାହାରି ପାସେ ଖବର ନଁାଇଁନ। ଲାଲି ପଲେଇଗଲା ଉତାରୁ ଏକ୍‌ଲା ହେଇଯାଇଥିଲେ ମୋହନ। ୩ ପିଲାଛୁଆକୁ କମେଇ ପୁଷ୍‌ବେ କି ପାଠ୍‌ ପଢ଼ାବେ ସେ ଚିନ୍‌ତାରେ ସେ ହରମେଶା ଘାରି ହେଉଥିଲେ। ତଥାପି ପାସର ସରକାରୀ ସ୍କୁଲରେ ଦୁଇ ପୁଓର ନଁା ଲେଖେଇଥିଲାବେଲେ ଝି’କେ ଅଙ୍ଗନଓ୍ବାଡିରେ ଛାଡ଼ି କାମ୍‌ଧଁଦା କରି ଯାଉଥିଲେ। ଏନ୍‌ଥେଇ ଦୁଖେକଷ୍‌ଟେ ତାକର ସଁସାର ଚାଲିଥିଲା। ସବୁକଥା ଭାଲି ଭାଲି ଦିନୁ ଦିନ୍‌କେ ମୋହନ ଭାଂଗି ପଡ଼ଲେ। ଏନ୍‌ଥେଇ ସେ ରୋଗ୍‌ରେ ପଡ଼ଲେ। ଦିନ୍‌ଯାକ ହାଡ଼ଭଂଗା ପରିଶ୍ରମକେ ଚିକିସତ୍ା ଅଭାବଟା ଶେଷେ ମୋହନକେ ମରନ୍‌ ମୁହୁଁକେ ଘିଚିନେଲା। ଦିନାକେତେ ସେ ରୋଗ୍‌ରେ ଖଟେ ପଡ଼ି ଆଏଁଖ୍‌ ମୁଜିଦେଲେ। ମା’ର ଖୋଜଖବର ନାଇଁଥିଲା ବେଲେ ବାପର ଉଢ଼ାଲେ ରହିଥିଲେ ୩ ଛୁଆ। ହେଲେ ଏହେଦେ ସେମାନେ ପୂରାପୂରି ଅସାହା। ଘଟନା ବାବ୍‌ଦେ ଖବରପାଇ ମୋହନକଁର କେହି ଝନେ ଲାଗେଲେସର ଆସି ଝି’କେ ନେଇଗଲେ। ଦୁଇ ପୁଓ ଆକାଶ ଆର ଆଜାଦ ପାଖ୍‌ପଡ଼ିଶାକର ଆଶ୍‌ରାରେ ରହିଛନ୍‌। ମା’ ଲାଲିର ନଁାରେ ଥିବାର ରାଶନ କାର୍ଡ ଏହେଦେ ଅଚଲ। ଆଧାର କାର୍ଡ ଅଭାବୁ ଇଥ୍‌ରେ ମୋହନ କି ତାକର ପିଲାଛୁଆକର ନଁା ନାଇଁ ଚଢ଼ି ପାରଲା। ଲାଲି ଘରଛାଡ଼ି ପଲେଇଥିବାର ଲାଗି ରିଟେଲର ବି ଚାଉଲ ନାଇଁ ଦେବାର। ପେଟ୍‌କେ ଯେତେବେଲେ ମୁଠେ ଖାଏବାକେ ନାଇଁ ମିଲବାର ଏନ୍‌ତାଥି ପାଠ୍‌ପଢ଼ା ଚିନ୍‌ତା କେନ୍‌ନୁ ଆଏବା। ଇଆଡ଼େ ମୋହନ କି ଲାଲିର ନିଜର ଘରର ଠିକ୍‌ନା ଖୁଜି ନାଇଁ ପାଏବାର ପଡ଼ାବାସୀ। ଏହେଦେ ପ୍ରଶ୍ନ ଉଠୁଛେ ଇ ୩ ପିଲାକର ଭବିଷତ୍‌ କେନ୍‌ଥେଇ କଟବା। ବାପ୍‌ ପଡ଼ାରେ ତିଆରି କରିଥିବାର ଘରଟାକେ ଛାଡ଼ିଦେଲେ ଇମାନକର ପାସେ ଆର କିଛି ନାଇଁ। ଲାଗେଲେସର କାହାରି ଠିକ୍‌ନା କାହାକେ ଜନା ନାଇଁ। ଏନ୍‌ତାଥି କେତେଦିନ୍‌ ପଡ଼ିଶା ଘରେ ପଡ଼ି ରହିବେ ଦୁଇ ନାବାଲକ ଭାଇ। ଏନ୍‌ତା ଦୁଇଛକିରେ ପଡ଼ିଥିବାର ପଡ଼ାବାସୀ ଏହେଦେ ମୋହନର ଲାଗେଲେସରମାନକୁ ଟାକବାର ଛଡ଼ା ଉନିଆ କିଛି ବାଟ ନାଇଁ ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri