ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ ମନ ଇଚ୍ଛା ପ୍ରବେଶ ଏବଂ ପ୍ରସ୍ଥାନ କରୁଥିଲେ। ଯାହା ଫଳରେ ଟ୍ରାଫିକ ସମସ୍ୟା ଉକତ୍ଟ ରୂପ ନେଉଥିଲା। ବାପୁଜୀନଗର ଭିତରକୁ ପ୍ରବେଶ ପାଇଁ ପୋଲିସ ପକ୍ଷରୁ ଓ୍ବାନ୍‌ ଓ୍ବେ ଘୋଷଣା କରାଯାଇଛି। ଏପରିକି କେଉଁ ସ୍ଥାନରେ ଯାତ୍ରୀ ପ୍ରବେଶ କରିବେ ଏବଂ ପ୍ରସ୍ଥାନ କରିବେ, ସେନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ତଥାପି ଗାଡ଼ି ଚାଳକଙ୍କ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କୌଣସି ଗଳିରେ ସାଇନ୍‌ ବୋର୍ଡ ଲାଗି ନ ଥିବାରୁ ଅଡ଼ୁଆ ଦେଖାଦେଇଛି। ଫଳସ୍ବରୂପ ରବିବାର ଏକାଧିକ ଯାତ୍ରୀ ପୂର୍ବଭଳି ନିଜ ମନ ଇଚ୍ଛା ପ୍ରବେଶ ଓ ପ୍ରସ୍ଥାନ କରିଥିଲେ। ଏପରିକି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କେହି ଜାଣିପାରୁନାହାନ୍ତି। ମନ ଇଚ୍ଛା ପାର୍କିଂ କରୁଛନ୍ତି। ଅନ୍ୟପଟେ ପୋଲିସ ହଠାତ୍‌ ଆଉ ଜରିମାନା କାଟିବ ନାହିଁ ବୋଲି ଜଣାପଡ଼ିଛି। ଲୋକଙ୍କୁ ସଚେତନ କରାଯିବା ସହ ଦୁଇ ସପ୍ତାହ ସମୟ ଦିଆଯିବ। ବିଏମ୍‌ସି ପକ୍ଷରୁ ପ୍ରବେଶ ଏବଂ ପ୍ରସ୍ଥାନ ସୂଚନା ସମ୍ପର୍କିତ ସାଇନ୍‌ବୋର୍ଡ଼ ଲଗାଯିବ। ଦୁଇ ସପ୍ତାହ ପରେ ଲୋକେ ନ ସୁଧୁରିଲେ ଜରିମାନା କଟାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଗାଡ଼ିଗୁଡ଼ିକ ରାଜମହଲ-ଶିଶୁଭବନ ରାସ୍ତାରୁ ସବ୍‌ମେନ୍‌ରୋଡ଼୍‌-୧ ଦେଇ ବାପୁଜୀନଗର ଭିତରକୁ ପ୍ରବେଶ କରିବ। କିନ୍ତୁ କୌଣସି ଗାଡ଼ି ଏହି ରାସ୍ତା ଦେଇ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିପାରିବ ନାହିଁ। ସବ୍‌ମେନ୍‌ରୋଡ଼-୨ ଦେଇ ସମସ୍ତ ଯାନବାହନ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିବେ। ସେହିପରି ସବ୍‌ମେନ୍‌ରୋଡ଼୍‌-୧ରୁ ଗାଡିଗୁଡ଼ିକ ଲେନ୍‌ ନଂ-୧୨ ଦେଇ ପ୍ରବେଶ କରିପାରିବେ। ଲେନ୍‌ ନଂ-୧୧ରୁ ସବ୍‌ମେନ୍‌ରୋଡ଼୍‌ ନମ୍ବର-୨ ଦେଇ ଯାନବାହନଗୁଡ଼ିକ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିପାରିବେ। ସବ୍‌ ମେନ୍‌ରୋଡ଼୍‌-୧ ଲେନ୍‌ ନଂ-୧୨, ସବ୍‌ ମେନ୍‌ରୋଡ଼୍‌ ନମ୍ବର-୨ ଲେନ୍‌ ନଂ-୧୧କୁ ଏକପାଖିଆ(ଓ୍ବାନ୍‌ ଓ୍ବେ) ରାସ୍ତା ରୂପେ ଘୋଷଣା କରାଯାଇଛି। ଏହି ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱରୁ ଯାନବାହନଗୁଡ଼ିକ ଯାତାୟାତ କରିପାରିବେ ନାହିଁ। ବାପୁଜୀନଗର ମାର୍କେଟ ସବ୍‌ମେନ୍‌ରୋଡ଼୍‌-୧ ଓ ୨ର ଉଭୟ ପାର୍ଶ୍ୱରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri