ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ ମନ ଇଚ୍ଛା ପ୍ରବେଶ ଏବଂ ପ୍ରସ୍ଥାନ କରୁଥିଲେ। ଯାହା ଫଳରେ ଟ୍ରାଫିକ ସମସ୍ୟା ଉକତ୍ଟ ରୂପ ନେଉଥିଲା। ବାପୁଜୀନଗର ଭିତରକୁ ପ୍ରବେଶ ପାଇଁ ପୋଲିସ ପକ୍ଷରୁ ଓ୍ବାନ୍‌ ଓ୍ବେ ଘୋଷଣା କରାଯାଇଛି। ଏପରିକି କେଉଁ ସ୍ଥାନରେ ଯାତ୍ରୀ ପ୍ରବେଶ କରିବେ ଏବଂ ପ୍ରସ୍ଥାନ କରିବେ, ସେନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ତଥାପି ଗାଡ଼ି ଚାଳକଙ୍କ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କୌଣସି ଗଳିରେ ସାଇନ୍‌ ବୋର୍ଡ ଲାଗି ନ ଥିବାରୁ ଅଡ଼ୁଆ ଦେଖାଦେଇଛି। ଫଳସ୍ବରୂପ ରବିବାର ଏକାଧିକ ଯାତ୍ରୀ ପୂର୍ବଭଳି ନିଜ ମନ ଇଚ୍ଛା ପ୍ରବେଶ ଓ ପ୍ରସ୍ଥାନ କରିଥିଲେ। ଏପରିକି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କେହି ଜାଣିପାରୁନାହାନ୍ତି। ମନ ଇଚ୍ଛା ପାର୍କିଂ କରୁଛନ୍ତି। ଅନ୍ୟପଟେ ପୋଲିସ ହଠାତ୍‌ ଆଉ ଜରିମାନା କାଟିବ ନାହିଁ ବୋଲି ଜଣାପଡ଼ିଛି। ଲୋକଙ୍କୁ ସଚେତନ କରାଯିବା ସହ ଦୁଇ ସପ୍ତାହ ସମୟ ଦିଆଯିବ। ବିଏମ୍‌ସି ପକ୍ଷରୁ ପ୍ରବେଶ ଏବଂ ପ୍ରସ୍ଥାନ ସୂଚନା ସମ୍ପର୍କିତ ସାଇନ୍‌ବୋର୍ଡ଼ ଲଗାଯିବ। ଦୁଇ ସପ୍ତାହ ପରେ ଲୋକେ ନ ସୁଧୁରିଲେ ଜରିମାନା କଟାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଗାଡ଼ିଗୁଡ଼ିକ ରାଜମହଲ-ଶିଶୁଭବନ ରାସ୍ତାରୁ ସବ୍‌ମେନ୍‌ରୋଡ଼୍‌-୧ ଦେଇ ବାପୁଜୀନଗର ଭିତରକୁ ପ୍ରବେଶ କରିବ। କିନ୍ତୁ କୌଣସି ଗାଡ଼ି ଏହି ରାସ୍ତା ଦେଇ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିପାରିବ ନାହିଁ। ସବ୍‌ମେନ୍‌ରୋଡ଼-୨ ଦେଇ ସମସ୍ତ ଯାନବାହନ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିବେ। ସେହିପରି ସବ୍‌ମେନ୍‌ରୋଡ଼୍‌-୧ରୁ ଗାଡିଗୁଡ଼ିକ ଲେନ୍‌ ନଂ-୧୨ ଦେଇ ପ୍ରବେଶ କରିପାରିବେ। ଲେନ୍‌ ନଂ-୧୧ରୁ ସବ୍‌ମେନ୍‌ରୋଡ଼୍‌ ନମ୍ବର-୨ ଦେଇ ଯାନବାହନଗୁଡ଼ିକ ରାଜମହଲ-ଶିଶୁଭବନ ରାସ୍ତାକୁ ବାହାରିପାରିବେ। ସବ୍‌ ମେନ୍‌ରୋଡ଼୍‌-୧ ଲେନ୍‌ ନଂ-୧୨, ସବ୍‌ ମେନ୍‌ରୋଡ଼୍‌ ନମ୍ବର-୨ ଲେନ୍‌ ନଂ-୧୧କୁ ଏକପାଖିଆ(ଓ୍ବାନ୍‌ ଓ୍ବେ) ରାସ୍ତା ରୂପେ ଘୋଷଣା କରାଯାଇଛି। ଏହି ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱରୁ ଯାନବାହନଗୁଡ଼ିକ ଯାତାୟାତ କରିପାରିବେ ନାହିଁ। ବାପୁଜୀନଗର ମାର୍କେଟ ସବ୍‌ମେନ୍‌ରୋଡ଼୍‌-୧ ଓ ୨ର ଉଭୟ ପାର୍ଶ୍ୱରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri