ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ସିଦ୍ଧହସ୍ତ ବିଦ୍ୟାବତୀ

ବରପାଲିି, ୧୫।୭ (ଡି.ଏନ.ଏ): ହସ୍ତତନ୍ତ ଓ ବିୟନଶିଳ୍ପରେ ଅନେକ କଳା ମଧ୍ୟରୁ ବାନ୍ଧକଳା ଅନ୍ୟତମ । ଏହି ଅନନ୍ୟ କଳାକୃତି ଓ ହସ୍ତତନ୍ତ ବୁଣା ସମ୍ବଲପୁରୀ ଶାଢ଼ୀ ପାଇଁ ବରଗଡ଼ ଜିଲା ବରପାଲି ବିଶ୍ୱ ବିଖ୍ୟାତ । ସମ୍ପ୍ରତି ରାଜ୍ୟ ଓ ରାଜ୍ୟବାହାରେ ବରପାଲି ମାଟିର ବହୁ ବାନ୍ଧଶିଳ୍ପୀ ସମ୍ମାନିତ ହୋଇଛନ୍ତି । ତନ୍ମଧ୍ୟରୁ ବିଦ୍ୟାବତୀ ମେହେର ଅନ୍ୟତମ। ବର୍ତ୍ତମାନ ଆଧୁନିକ ଯୁଗରେ ନୂତନ ଶୈଳୀ ଯୋଗୁ ମେସିନରେ ତିଆରି ଲୁଗା, ହାତରେ ତିଆରି ବାନ୍ଧ ଆଦି କମ୍ପ୍ୟୁଟର ମାଧ୍ୟମରେ ଡିଜାଇନ ହୋଇପାରୁଛି । ଏହାକୁ ନେଇ ବରପାଲିର ଜଣେ ଯୁବତୀ ସୁଶ୍ରୀ ବିଦ୍ୟାବତୀ ମେହେର ନିଜର ଦୃଢ଼ ଇଚ୍ଛାଶକ୍ତି ତଥା ଆଗ୍ରହ ବଳରେ ବାନ୍ଧକଳାକୁ କମ୍ପ୍ୟୁଟର ମାଧ୍ୟମରେ ଗ୍ରାଫ ଡିଜାଇନ କରି ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି । ସେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ରବିଦ୍ୟାବତୀ ଆମେରିକାଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି ।
ବରଗଡ ଜିଲା ସୀମାନ୍ତ ଛତିଶଗଡ ରାଜ୍ୟର ଶକରା ଗ୍ରାମରେ ବାପା ହେମ ସାଗର ମେହେରଙ୍କ ଜ୍ୟେଷ୍ଠା କନ୍ୟା ବିଦ୍ୟାବତୀ । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିନାହାନ୍ତି । କିନ୍ତୁ ବରପାଲିଠାରେ ନୂତନ ଭାବେ ଖୋଲିଥିବା ଏକ ଗୋଷ୍ଠୀ ସୂଚନା ସାଧନ କେନ୍ଦ୍ରରେ ସେ ୨୦୧୬ରେ ଆଡମିଶନ କରି କମ୍ପ୍ୟୁଟର ତାଲିମ ନେଇଥିଲେ । କେନ୍ଦ୍ରର ଅଧ୍ୟକ୍ଷ ତାଙ୍କୁ ଡିଜାଇନ ତିଆରି କରିବାର ଆଉ ଏକ ଭିନ୍ନ ଧରଣର ସଫ୍ଟୱେର ବିଷୟରେ ତାଲିମ ଦେଇଥିଲେ। ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ବିଦ୍ୟାବତୀଙ୍କ ସଫଳତା ଦେଖି ସଂସ୍ଥା ପକ୍ଷରୁ ତାଙ୍କ ନାମକୁ ଆମେରିକାର ଇଣ୍ଟରନେଟ୍‌ ସୋସାଇଟିକୁ ସୁପାରିଶ କରାଯାଇଥିଲା। ସୌଭାଗ୍ୟବଶତଃ ବିଶ୍ୱର କେତେକଙ୍କ ମଧ୍ୟରେ ବିଦ୍ୟାବତୀ ଆମେରିକାଠାରେ ସମ୍ବର୍ଦ୍ଧିତ ହୋଇଥିଲେ । ସେ ଏବେ ବରପାଲିଠାରେ ବାନ୍ଧ ଡିଜାଇନ ସହ ବୁଣାବୁଣି ଓ ରଙ୍ଗକାମ କରୁଛନ୍ତି । କମ୍ପ୍ୟୁଟର ମାଧ୍ୟମରେ ନୂତନତାକୁ ଆହ୍ବାନ କରିବା ସହ ବ୍ୟବସାୟରେ ଉନ୍ନତି ଓ ବୁଣାକାରଙ୍କୁ ସହଯୋଗ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri