ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। କ’ଣ କରିବି କିଛି ବୁଦ୍ଧିବାଟ ଦିଶୁନି। ବାଡ଼ିରେ ମୋର ଗଦା ଗଦା କାଠ। ଫନୀରେ ଉଜୁଡ଼ି ଗଲା ମୋର ଝାଉଁ ବଗିଚା। ଆଶା କରିଥିଲି କାଠ ବିକି ଘର ଖଣ୍ଡେ କରିବି। ପିଲାଙ୍କ ମୁହଁରେ ଦାନା ଦେବି। ସବୁ ଛଡ଼ାଇ ନେଲା ଦଇବ। ଏମିତି କୋହଭରା କଣ୍ଠରେ କୁହନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ପଲଙ୍କ ଗ୍ରାମର ନାରାୟଣ ବାରିକ। ସରକାର ଏବଂ ବେସରକାରୀ ସଂସ୍ଥା ଯାହା ସାହାଯ୍ୟ କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ବର୍ଷ ସାରା କୁଟୁମ୍ବ କେମିତି ଚଳାଇବି ଏହାକୁ ଭାବି ନିଦ ହେଉନାହିଁ। ସରକାର ହାତ ଟେକା ସହାୟତା ଦେବା ବଦଳରେ ଆମ ଜୀବନ ଜୀବିକା ପାଇଁ ଯଦି କିଛି କରନ୍ତେ ତେବେ ମୋ ପରିବାର ବଞ୍ଚିଯାଆନ୍ତା। ଝାଉଁଗଛ ବିକିବାକୁ ଗରାଖ ମିଳୁନାହାନ୍ତି। ବାତ୍ୟା ପୂର୍ବରୁ କାଠ କ୍ୱିଣ୍ଟାଲ ପିଛା ୪୫୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ମାଗଣାରେ କେହି ନେବାକୁ ରାଜି ହେଉ ନାହାନ୍ତି। ମୂଲ ଲାଗିବାକୁ କେରଳ ଚାଲିଯିବି ବୋଲି ନାରାୟଣ କହିଛନ୍ତି। କେବଳ ନାରାୟଣ ନୁହନ୍ତି ଏମିତି ଅନେକ ବେସାହାରା ଲୋକ ଏହି ଗାଁର ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି।

ବାତ୍ୟା ‘ଫନୀ’ ହେବାର ମାସେ ୬ଦିନ ବିତି ଗଲାଣି। ଏବେ ବି ଅଣ୍ଟା ସଳଖି ନାହାନ୍ତି ବ୍ରହ୍ମଗିରି ବ୍ଲକ ପ୍ରଭାବିତ ଲୋକେ। ନିଜର ଉଜୁଡ଼ି ଯାଇଥିବା କାଜୁ ଓ ଧାନଚାଷର କ୍ଷତି ଭରଣା କିପରି ହେବ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି। ବାଡ଼ି ବଗିଚାରେ ଲେଉଟିଥିବା ଝାଉଁ, କାଜୁଗଛ ସତେ ଯେମିତି ସେମାନଙ୍କୁ ପରିହାସ କରୁଛି। କେବଳ ଜୀବିକା ନୁହେଁ ସ୍ବାସ୍ଥ୍ୟ ଓ ପିଲାମାନଙ୍କ ଶିକ୍ଷା ମଧ୍ୟ ଏହି ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗରମ ଓ ଗୁଳୁଗୁଳି ସାଙ୍ଗକୁ ଦୂଷିତ ପାନୀୟଜଳ ପ୍ରଭାବିତ ବ୍ଲକଗୁଡ଼ିକରେ ଆଉ ଏକ ଉତ୍କଟ ସମସ୍ୟା ସୃଷ୍ଟି କରିଛି। ଗତ ସପ୍ତାହ ହେଲା ପ୍ରତ୍ୟେକ ପରିବାରରେ ଜ୍ୱର ଓ ଝାଡ଼ାବାନ୍ତି ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍‌ ଓ ଡାକ୍ତର ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସୁବିଧା ଦିଆଯାଉଥିବା ନେଇ ସରକାର ଯେତେ ଗଳା ଫଟାଇ କହିଲେ ମଧ୍ୟ ବାସ୍ତବରେ ତାହା ବାତ୍ୟା ପୀଡ଼ିତଙ୍କ ନିକଟରେ ଦେଖିବାକୁ ମିଳୁନାହିଁ। ବାତ୍ୟା କ୍ଷତିଗ୍ରସ୍ତଙ୍କୁ କାମ ଯୋଗାଇ ଦେବାକୁ ପଲଙ୍କ ଗ୍ରାମବାସୀ ଦାବି କରିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଲେ ପରିବାର ଚଳିଯାଆନ୍ତା ବୋଲି ଦିନ ମଜୁରିଆ ନରେନ ପଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri