ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ

ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ବଢ଼ୁଥିବା ବେଳେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ବାତ୍ୟାରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ୍‌ରେ ଖରିଫ ଧାନ, ପନିପରିବା ଚାଷ ଉପରେ ବର୍ଷାପାଣି ଲହଡ଼ି ଭାଙ୍ଗିବା ସହ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗତ ଶୁକ୍ରବାର ଓ ଶନିବାର ଭୋଗରାଇରେ ୧୩୮ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ବହୁ ପାନବରଜ, ନଡ଼ା ଛପର, ଆଜବେଷ୍ଟସ ଓ ସ୍କୁଲ ଘରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବାରୁ ଲୋକେ ବାସହରା ହୋଇଛନ୍ତି ା ରବିବାର ପୂର୍ବାହ୍ନରେ ଭୋଗରାଇ ବ୍ଲକ୍‌ ସମ୍ମିଳନୀ କକ୍ଷରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ ବାତ୍ୟାର କ୍ଷୟକ୍ଷତିର ଆକଳନ ପାଇଁ ଏକ ଜରୁରୀ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଭୋଗରାଇ ବ୍ଲକର କୃଷି, ସ୍କୁଲ ଗୃହ, ରାସ୍ତା, ଘରଭଙ୍ଗା ପାଣି ନିଷ୍କାସନ, ପାନୀୟ ଜଳ ଓ ବିଦ୍ୟୁତ୍‌ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୋଗରାଇ ବ୍ଲକ୍‌ରେ ୯୦ ପ୍ରତିଶତ ଧାନଚାଷ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ଏଥିସହିତ ଯୁଦ୍ଧକାଳୀନ ଭିତ୍ତିରେ ଘର ଭାଙ୍ଗିଯାଇଥିବା ଲୋକଙ୍କୁ ପଲିଥିନ ଦେବା ସହିତ ସ୍କୁଲ ଘର ମରାମତି ପାଇଁ ଖୁବ୍‌ଶୀଘ୍ର ରିପୋର୍ଟ ଦେବାକୁ କୃଷି ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ ା ବାଟଗ୍ରାମଠାରେ ଆପ୍ରୋଚ୍‌ ରୋଡ଼ ପାଇଁ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୀପକ କୁମାର ଦାସ ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପ୍ରକାଶ କରିଥିଲେ। ଏଥିସହିତ ଭୋଗରାଇଠାରୁ ଚଟାଣ ୪ କି.ମି. ଓ ଥାନାଛକରୁ ୬ କି.ମି. ପୂର୍ତ୍ତ ବିଭାଗ ଦ୍ୱାରା ୧୫ କୋଟି ୫୦ ଲକ୍ଷ ଟଙ୍କାର ନାବାର୍ଡ଼ ଅର୍ଥରେ ରାସ୍ତା କାର୍ଯ୍ୟ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ। ୩ ଦିନ ମଧ୍ୟରେ ଭୋଗରାଇର ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଡ଼ିଓ ଦିପ୍ତିରଞ୍ଜନ ସେଠୀ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଜେଡ଼ି ସଭାପତି ରମାକାନ୍ତ କରଣ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା ସହିତ କୃଷି, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ, ଶିକ୍ଷାଧିକାରୀ, ପାନୀୟ ଜଳ, ସହକାରୀ ଯନ୍ତ୍ରୀ ଓ ଜନପ୍ରତିନିଧିମାନେ ବାତ୍ୟାଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri