ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଆଶ୍ରୟସ୍ଥଳୀଟି କାମରେ ଲାଗୁ ନ ଥିବାରୁ ଅସାମାଜିକ ବ୍ୟକ୍ତିମାନେ ଏଥିରେ ଆଡ୍ଡା ଜମାଉଛନ୍ତି। ଭ  ସମୟରେ ସାମୁଦ୍ରିକ ଝଡ଼, ବନ୍ୟା ଓ ବାତ୍ୟା ସିଧାସଳଖ ରାୟଗଡ଼ ବ୍ଲକରେ ବ୍ୟାପକ କ୍ଷତି ଘଟାଇବା ସହ ଧନଜୀବନ ହାନି ଘଟାଏ। ଏଣୁ ପ୍ରାୟ ୧୦ ବର୍ଷ ପୂର୍ବେ  ରାୟଗଡ଼ ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଛି। ସାମୁଦ୍ରିକ ଝଡ଼ ବା ବାତ୍ୟା, ବନ୍ୟା ଆଦି ଦାଉରୁ ରକ୍ଷା ପାଇବା ପାଇ ସ୍ଥାନୀୟ ଲୋକଙ୍କୁ  ଅସ୍ଥାୟୀ ଭାବେ ଥଇଥାନ କରାଇବା ପାଇଁ ନିର୍ମାଣ କରାଯାଇଥିବା ଏହି କୋଠା କୌଣସି କାମରେ ଲାଗୁନି। ବ୍ଲକ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହା ଅଦରକାରୀ ହୋଇପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କେତେକ ଅସାମାଜିକ ବ୍ୟକ୍ତି ଏହାକୁ ଦଖଲ କରି ଏଠାରେ ମଦ୍ୟପାନ, ଗଞ୍ଜେଇ ଆଦି ନିଶା ଖାଇବା ସହ ଜୁଆଖେଳୁଥିବା ଅଭିଯୋଗ ହେଉଛି। ଫଳରେ ଏହି ଆଶ୍ରୟସ୍ଥଳୀଟି ପାନପୁଡିଆ ଛେପ ଦାଗ ସହ  ଏହାର ଚାରିପଟେ ଅଳିଆ ଆବର୍ଜନା ଜମି ରହିଛି। ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ଲାଗି ରହିଛି କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ। ଏଠାରେ ଶତାଧିକ ଆଦିବାସୀ କିଶୋରୀମାନେ ରହି ଆସୁଛନ୍ତି। ଏହାଛଡ଼ା ପୋଲିସ ଥାନାର ପୋଲିସ ଥାନାର ଅତି ନିକଟବର୍ତ୍ତୀ  ହୋଇଥିବା ସତ୍ତ୍ୱେ  ଏଠାରେ ଚାଲିଥିବା  ଅସାମାଜିକ କାର୍ଯ୍ୟକଳାପ ପ୍ରତି ପୋଲିସ ନଜର ପଡୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। କୌଣସି ସମୟରେ ଏଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri