Categories: ବାଣିଜ୍ୟ

ବାତ୍ୟା ଅଞ୍ଚଳରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଦେବ ଏନ୍‌ଡିଡିବି

ଭୁବନେଶ୍ୱର,୨୨-୫: ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ଶିଶୁଙ୍କୁ ୫ ଲକ୍ଷ କ୍ଷୀର ପ୍ୟାକେଟ ଯୋଗାଇ ଦେବା ଲାଗି ନ୍ୟାଶନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ(ଏନ୍‌ଡିଡିବି) ପକ୍ଷରୁ ଘୋଷଣା କରାଯାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ଏହା ଯୋଗାଇ ଦିଆଯିବ। ଏହାବାଦ ଏନ୍‌ଡିଡିବିର ଅଧିକାରୀଙ୍କ ପକ୍ଷରୁ ମୁ୍‌ଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏନ୍‌ଡିଡିବିର କର୍ପୋରେଟ କମ୍ୟୁନିକେଶନ ଗ୍ରୁପ ମୁଖ୍ୟ ଅଭିଜିତ ଭଟ୍ଟାଚାର୍ଯୀ ଏହି ସୂଚନା ଦେଇଛନ୍ତି। ଏନ୍‌ଡିଡିବି ରାଜ୍ୟ ସରକାର ଏବଂ ଓମଫେଡ ସହ ମିଳିତ ହୋଇ କାର୍ଯ୍ୟ କରୁଛି। ସେହିଭଳି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ ବିଭିନ୍ନ କାର୍ଯ୍ୟରେ ନିଜର ଯୋଗଦାନ ରଖିଛି। ଏହା ଭବାନୀପାଟଣା ଏବଂ ସମ୍ବଲପୁର ଡେରୀରେ ୩ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଆଇସକ୍ରିମ ୟୁନିଟ ସ୍ଥାପନା କରିଛି। ସେହିଭଳି କଟକର ଅରିଲୋ ଗୋବିନ୍ଦପୁରଠାରେ ୫ ଲିଟର କ୍ଷମତା ବିଶିଷ୍ଟ ଏକ ଡେରୀ ପ୍ଲାଣ୍ଟ ସ୍ଥାପନା କରୁଛି। ଏହା ୨୪୨ କୋଟି ଟଙ୍କା ନିବେଶରେ ସ୍ଥାପନା କରାଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share