Posted inଭଦ୍ରକ

ବାତିଲ୍‌ ହେଲା ଫେରିଘାଟ ନିଲାମ

ଚାନ୍ଦବାଲି, ୨୬।୧୧ (ଡି.ଏନ.ଏ.)- ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସୀମା ଦେଇ ବହି ଯାଇଥିବା ମନ୍ତେଈ ନଦୀର ବାଲିଆପାଳ ଫେରିଘାଟ ନିଲାମକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକମାତ୍ର ବିଡର ଉପସ୍ଥିତ କାରଣରୁ ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଏହାର ନିଲାମକୁ ବାତିଲ କରାଯାଇଛି।
ପ୍ରକାଶ ଯେ, ଏହି ଘାଟକୁ ବର୍ଷେ ଲେଖାଏ ପାଳି କରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ନିଲାମ ନେଇଥାନ୍ତି। ପ୍ରତିବର୍ଷ ଜାନୁୟାରୀ ମାସରେ ଏହା ନିଲାମ କରାଯାଏ। ୨୦୧୮ରେ ବାସୁଦେବପୁର ବ୍ଲକ ଦାୟିତ୍ୱରେ ଘାଟ ଥିଲା। ଚଳିତବର୍ଷ ଏହା ଚାନ୍ଦବାଲି ବ୍ଲକ ହାତରେ ରହିଛି। ୨୦୧୯ ବର୍ଷରେ ଚାନ୍ଦବାଲି ବ୍ଲକରେ ବାଲିଆପାଳ ଫେରିଘାଟ ପାଇଁ କେହି ବିଡର ନ ମିଳିବାରୁ ନିଲାମ ହୋଇପାରି ନ ଥିଲା। ପ୍ରଶାସନ ପକ୍ଷରୁ ବଜରାପୁର ପଞ୍ଚାୟତ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ଅଧିକାରୀ ୧୧ ମାସ ଫେରିଘାଟ ଚଳାଇବା ପରେ ନିଜର ଅକ୍ଷମତା ବିଡିଓଙ୍କୁ ଜଣାଇଥିଲେ। ମାତ୍ର ମାସକ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୩ ହଜାର ଟଙ୍କାରେ ନିଲାମ ପାଇଁ ବିଜ୍ଞାପନ ବାହାରିଥିଲା। ଅଧିକ ଦାମ୍‌ ଯୋଗୁ ବିଡରମାନେ ଏହି ନିଲାମରେ ଆଗ୍ରହ ଦେଖାଇ ନ ଥିବା ଆଲୋଚନା ହେଉଛି। ଯାହାଦ୍ୱାରା ଏକମାତ୍ର ବିଡର କାରଣରୁ ନିଲାମକୁ ବାତିଲ କରାଯାଇଛି। ତେବେ ୨୦୧୭ରେ ଘାଟ ନିଲାମର କିଛି ଅର୍ଥ ପଞ୍ଚାୟତ ଆୟରେ ଯୋଡ଼ା ନ ଯାଇ ହଡ଼ପ ହୋଇଥିବା ସୋମବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ନିଲାମ ବାତିଲ କରି ବିଡିଓ ଶ୍ୟାମସୁନ୍ଦର ଟୁଡୁ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କୁ ବାଲିଆପାଳ ଫେରିଘାଟ ଦାୟିତ୍ୱ ଦେଇଛନ୍ତି। ଏଥିସହ ମାସକର ଦୈନିକ ଆୟର ହିସାବ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri