ବାଣିଜ୍ୟ ଯୁଦ୍ଧ ମୁହଁ। ଆମେରିକା-ଚାଇନା

ନୂଆଦିଲ୍ଲୀ,୫।୫:କରୋନା ଭୂତାଣୁକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢୁଛି। ଚାଇନା ଉପରେ କଟକଣା ଲଗାଇବା ଲାଗି ଆମେରିକା ପୁଣି ଥରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବିଶ୍ୱ ସ୍ତରର ଯୋଗାଣ ଚେନ୍‌ରେ ଚାଇନାର ଆଧିପତ୍ୟ ଲାଗି ରହିଛି। ଏହାକୁ କମ୍‌ କରି ଚାଇନାକୁ ଝଟ୍‌କା ଦେବା ଲାଗି ଆମେରିକା ପ୍ରସ୍ତୁତି ଆରମ୍ଭକରି ଦେଇଛି। ଚାଇନାରୁ ସୋର୍ସିଂ କମ୍‌ କରିବା ଏବଂ ମାନୁଫାକ୍ଚରିଂ ବେସ୍‌ ହଟାଇବାକୁ ବିଭିନ୍ନ କମ୍ପାନୀକୁ ଆମେରିକା କହିପାରେ। ଆମେରିକାର ବାଣିଜ୍ୟ ବିଭାଗ ସହ ଅନ୍ୟ ପ୍ରମୁଖ ଏଜେନ୍ସିଗୁଡିକ ଏ ସମ୍ପର୍କିତ ବିଭିନ୍ନ ଦିଗକୁ ବିଚାର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଉଛି।
ଆମେରିକାକୁ ଆସୁଥିବା ଚାଇନା ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇବା ଦିଗରେ ଏବେ ବିଚାର କରାଯାଉଛି ବୋଲି ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିକଟରେ ଅନୁଷ୍ଠିତ ଏକ ସଭାରେ ଚାଇନାକୁ ଟ୍ରମ୍ପ ଟାର୍ଗେଟ କରିବା ସହ ସେଠାରୁ ମାନୁଫାକ୍ଚରିଂକୁ ହଟାଇବାକୁ କହିଥିଲେ। କରୋନା ଭାଇରସ୍‌ ଯୋଗୁ ଆମେରିକା ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଯେଉଁ ୟୁନିଟଗୁଡିକ ଉତ୍ପାଦନ ଲାଗି ଚାଇନା ଉପରେ ନିର୍ଭର କରୁଛନ୍ତି ତାକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବାକୁ ବିଚାର ହେଉଛି। ସେହିଭଳି ଆମେରିକା ଏ କ୍ଷେତ୍ରରେ ଅନ୍ୟ ବନ୍ଧୁ ରାଷ୍ଟ୍ରଗୁଡିକ ଉପରେ ଫୋକସ କରିବ। ଚାଇନା ଉପରେ ନିର୍ଭରଶୀଳତା କମାଇବା ଲାଗି ଅନେକ ଦିନ ଧରି ପ୍ରୟାସ ଜାରି ରହିଛି। ହେଲେ ବର୍ତ୍ତମାନ ଏ ଦିଗରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ବିଭାଗ ଅଣ୍ଡର ସେକ୍ରେଟାରି କୈଥ କ୍ରାଚ୍‌ କହିଛନ୍ତି।
ଆମେରିକା ଏକ ନୂଆ ଯୋଜନା ହାତକୁ ନେବ ବୋଲି ଜଣାଯାଇଛି। ଯେଉଁ କମ୍ପାନୀଗୁଡିକ ଚାଇନା ବାହାରୁ ମାନୁଫାକ୍ଚରିଂ ଏବଂ ସୋର୍ସିଂକୁ ଗୁରୁତ୍ୱ ଦେବେ ସେମାନଙ୍କୁ ଟିକସ ରିହାତି, ସବ୍‌ସିଡି ଭଳି ଅନ୍ୟ ପ୍ରୋତ୍ସାହନ ସୁବିଧା ଦେବାକୁ ବିଚାର ହେଉଛି। ଚାଇନା ବାହାରୁ କିଭଳି ସାମଗ୍ରୀ ଉତ୍ପାଦନ ହେବ ତାକୁ ଆମେରିକା ଏବେ ଧ୍ୟାନରେ ରଖିଛି। ଟ୍ରମ୍ପ ଏବଂ ଚାଇନା ମଧ୍ୟରେ ପୂର୍ବରୁ ବାଣିଜ୍ୟ ନେଇ ତିକ୍ତତା ଲାଗି ରହିଛି। କରୋନା ପାଇଁ ଆମେରିକା ଅର୍ଥ ବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିଛି। ୩୭୦ ବିଲିୟନ ଡଲାରର ଚାଇନା ସାମଗ୍ରୀ ଉପରେ ନୂଆ ଟିକସ ଲାଗୁ କରିବା ଦିଗରେ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଚାଇନାକୁ ଚକମା ଦେବା ଲାଗି ଏହାର ବନ୍ଧୁରାଷ୍ଟ୍ରଗୁଡିକ ନେଇ ଏକ ଇକୋନୋମିକ ପ୍ରସ୍‌ପେରିଟି ନେଟ୍‌ଓ୍ବର୍କ ଗଠନ ସପକ୍ଷରେ ମଧ୍ୟ ରହିଛି।
ଅଷ୍ଟ୍ରେଲିଆ, ଭାରତ, ଜାପାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ,ଭିଏତ୍‌ନାମ ଭଳି ଦେଶଗୁଡିକୁ ଏକତ୍ରକରି ବିଶ୍ୱ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆମେରିକାର ସେକ୍ରେଟାରି ଅଫ୍‌ ଷ୍ଟେଟସ ମାଇକ ପାମ୍ପେଓ ନିକଟରେ କହିଥିଲେ। ଏ ଦିଗରେ ଲାଟିନ ଆମେରିକା ଦେଶଗୁଡିକ ପ୍ରମୁଖ ଭୂମିକା ନେଇପାରନ୍ତି। ୨୦୧୦ରେ ମାନୁଫାକ୍ଚରିଂ କ୍ଷେତ୍ରରେ ଚାଇନା ଆମେରିକାକୁ ଟପିଯାଇଥିଲା। ଜାତିସଂଘ ଡାଟା ମୁତାବକ ବିଶ୍ୱର ମୋଟ ଉତ୍ପାଦନ ମଧ୍ୟରୁ ଚାଇନାର ଅଂଶ ଏବେ ୨୮% ରହିଛି। ମହାମାରୀ ଯୋଗୁ ଚାଇନା ଏବେ ଔଷଧ, ଥର୍ମାଲ କ୍ୟାମେରା ସମେତ ଅନ୍ୟ ସାମଗ୍ରୀ ଯୋଗାଣରେ ବହୁ ଆଗରେ ରହିଛି। ଚାଇନାର ବହୁଳ ଜନସଂଖ୍ୟାକୁ ଦେଖି ଆମେରିକା କମ୍ପାନୀଗୁଡିକ ସେଠରେ ବହୁଳ ପରିମାଣର ନିବେଶ କରିଛନ୍ତି। ଅନ୍ୟ ସ୍ଥାନକୁ ମାନୁଫାକ୍ଚରିଂ ଫାସିଲିଟି ଉଠାଇବା ସମୟ ସାପେକ୍ଷ ଏବଂ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଏ କ୍ଷେତ୍ରରେ ବିକଳ୍ପକୁ ବିଚାର କରିବା କମ୍ପାନୀଗୁଡିକ ଲାଗି କଷ୍ଟକର ବୋଲି ୟୁଏସ୍‌-ଚାଇନା ବିଜ୍‌ନେସ କାଉନସିଲର ଜଣେ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri