ବାଣିଜ୍ୟ ଯୁଦ୍ଧ ମୁହଁ। ଆମେରିକା-ଚାଇନା

ନୂଆଦିଲ୍ଲୀ,୫।୫:କରୋନା ଭୂତାଣୁକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢୁଛି। ଚାଇନା ଉପରେ କଟକଣା ଲଗାଇବା ଲାଗି ଆମେରିକା ପୁଣି ଥରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବିଶ୍ୱ ସ୍ତରର ଯୋଗାଣ ଚେନ୍‌ରେ ଚାଇନାର ଆଧିପତ୍ୟ ଲାଗି ରହିଛି। ଏହାକୁ କମ୍‌ କରି ଚାଇନାକୁ ଝଟ୍‌କା ଦେବା ଲାଗି ଆମେରିକା ପ୍ରସ୍ତୁତି ଆରମ୍ଭକରି ଦେଇଛି। ଚାଇନାରୁ ସୋର୍ସିଂ କମ୍‌ କରିବା ଏବଂ ମାନୁଫାକ୍ଚରିଂ ବେସ୍‌ ହଟାଇବାକୁ ବିଭିନ୍ନ କମ୍ପାନୀକୁ ଆମେରିକା କହିପାରେ। ଆମେରିକାର ବାଣିଜ୍ୟ ବିଭାଗ ସହ ଅନ୍ୟ ପ୍ରମୁଖ ଏଜେନ୍ସିଗୁଡିକ ଏ ସମ୍ପର୍କିତ ବିଭିନ୍ନ ଦିଗକୁ ବିଚାର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଉଛି।
ଆମେରିକାକୁ ଆସୁଥିବା ଚାଇନା ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇବା ଦିଗରେ ଏବେ ବିଚାର କରାଯାଉଛି ବୋଲି ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିକଟରେ ଅନୁଷ୍ଠିତ ଏକ ସଭାରେ ଚାଇନାକୁ ଟ୍ରମ୍ପ ଟାର୍ଗେଟ କରିବା ସହ ସେଠାରୁ ମାନୁଫାକ୍ଚରିଂକୁ ହଟାଇବାକୁ କହିଥିଲେ। କରୋନା ଭାଇରସ୍‌ ଯୋଗୁ ଆମେରିକା ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଯେଉଁ ୟୁନିଟଗୁଡିକ ଉତ୍ପାଦନ ଲାଗି ଚାଇନା ଉପରେ ନିର୍ଭର କରୁଛନ୍ତି ତାକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବାକୁ ବିଚାର ହେଉଛି। ସେହିଭଳି ଆମେରିକା ଏ କ୍ଷେତ୍ରରେ ଅନ୍ୟ ବନ୍ଧୁ ରାଷ୍ଟ୍ରଗୁଡିକ ଉପରେ ଫୋକସ କରିବ। ଚାଇନା ଉପରେ ନିର୍ଭରଶୀଳତା କମାଇବା ଲାଗି ଅନେକ ଦିନ ଧରି ପ୍ରୟାସ ଜାରି ରହିଛି। ହେଲେ ବର୍ତ୍ତମାନ ଏ ଦିଗରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି ଆମେରିକାର ଅର୍ଥନୈତିକ ଅଭିବୃଦ୍ଧି ବିଭାଗ ଅଣ୍ଡର ସେକ୍ରେଟାରି କୈଥ କ୍ରାଚ୍‌ କହିଛନ୍ତି।
ଆମେରିକା ଏକ ନୂଆ ଯୋଜନା ହାତକୁ ନେବ ବୋଲି ଜଣାଯାଇଛି। ଯେଉଁ କମ୍ପାନୀଗୁଡିକ ଚାଇନା ବାହାରୁ ମାନୁଫାକ୍ଚରିଂ ଏବଂ ସୋର୍ସିଂକୁ ଗୁରୁତ୍ୱ ଦେବେ ସେମାନଙ୍କୁ ଟିକସ ରିହାତି, ସବ୍‌ସିଡି ଭଳି ଅନ୍ୟ ପ୍ରୋତ୍ସାହନ ସୁବିଧା ଦେବାକୁ ବିଚାର ହେଉଛି। ଚାଇନା ବାହାରୁ କିଭଳି ସାମଗ୍ରୀ ଉତ୍ପାଦନ ହେବ ତାକୁ ଆମେରିକା ଏବେ ଧ୍ୟାନରେ ରଖିଛି। ଟ୍ରମ୍ପ ଏବଂ ଚାଇନା ମଧ୍ୟରେ ପୂର୍ବରୁ ବାଣିଜ୍ୟ ନେଇ ତିକ୍ତତା ଲାଗି ରହିଛି। କରୋନା ପାଇଁ ଆମେରିକା ଅର୍ଥ ବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିଛି। ୩୭୦ ବିଲିୟନ ଡଲାରର ଚାଇନା ସାମଗ୍ରୀ ଉପରେ ନୂଆ ଟିକସ ଲାଗୁ କରିବା ଦିଗରେ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଚାଇନାକୁ ଚକମା ଦେବା ଲାଗି ଏହାର ବନ୍ଧୁରାଷ୍ଟ୍ରଗୁଡିକ ନେଇ ଏକ ଇକୋନୋମିକ ପ୍ରସ୍‌ପେରିଟି ନେଟ୍‌ଓ୍ବର୍କ ଗଠନ ସପକ୍ଷରେ ମଧ୍ୟ ରହିଛି।
ଅଷ୍ଟ୍ରେଲିଆ, ଭାରତ, ଜାପାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ,ଭିଏତ୍‌ନାମ ଭଳି ଦେଶଗୁଡିକୁ ଏକତ୍ରକରି ବିଶ୍ୱ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆମେରିକାର ସେକ୍ରେଟାରି ଅଫ୍‌ ଷ୍ଟେଟସ ମାଇକ ପାମ୍ପେଓ ନିକଟରେ କହିଥିଲେ। ଏ ଦିଗରେ ଲାଟିନ ଆମେରିକା ଦେଶଗୁଡିକ ପ୍ରମୁଖ ଭୂମିକା ନେଇପାରନ୍ତି। ୨୦୧୦ରେ ମାନୁଫାକ୍ଚରିଂ କ୍ଷେତ୍ରରେ ଚାଇନା ଆମେରିକାକୁ ଟପିଯାଇଥିଲା। ଜାତିସଂଘ ଡାଟା ମୁତାବକ ବିଶ୍ୱର ମୋଟ ଉତ୍ପାଦନ ମଧ୍ୟରୁ ଚାଇନାର ଅଂଶ ଏବେ ୨୮% ରହିଛି। ମହାମାରୀ ଯୋଗୁ ଚାଇନା ଏବେ ଔଷଧ, ଥର୍ମାଲ କ୍ୟାମେରା ସମେତ ଅନ୍ୟ ସାମଗ୍ରୀ ଯୋଗାଣରେ ବହୁ ଆଗରେ ରହିଛି। ଚାଇନାର ବହୁଳ ଜନସଂଖ୍ୟାକୁ ଦେଖି ଆମେରିକା କମ୍ପାନୀଗୁଡିକ ସେଠରେ ବହୁଳ ପରିମାଣର ନିବେଶ କରିଛନ୍ତି। ଅନ୍ୟ ସ୍ଥାନକୁ ମାନୁଫାକ୍ଚରିଂ ଫାସିଲିଟି ଉଠାଇବା ସମୟ ସାପେକ୍ଷ ଏବଂ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଏ କ୍ଷେତ୍ରରେ ବିକଳ୍ପକୁ ବିଚାର କରିବା କମ୍ପାନୀଗୁଡିକ ଲାଗି କଷ୍ଟକର ବୋଲି ୟୁଏସ୍‌-ଚାଇନା ବିଜ୍‌ନେସ କାଉନସିଲର ଜଣେ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri