ବାଣଫୁଟାରେ ରେକର୍ଡ: ୧.୩ ଟନ୍‌ ବାରୁଦ ଦେଢ଼ କିମି ଉପର ଫୁଟିଲା

ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍‌ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା ୬୨ ଇଞ୍ଚ ଥିଲା। ଏହାକୁ ଗିନିଜ୍‌ ବୁକ୍‌ ପକ୍ଷରୁ ପ୍ରମାଣ ପତ୍ର ମିଳିଛି। ଏକ ୨୬ ଫୁଟ ଷ୍ଟିଲ୍‌ ଟ୍ୟୁବ୍‌ରେ ଏହି ବାଣକୁ ରଖି ଏଥିରେ ନିଆଁ ଲଗାଯାଇଥିଲା। ଏହା ଘଣ୍ଟାପ୍ରତି ୪୮୨ କିମି ବେଗରେ ଆକାଶକୁ ଯାଇ ଫୁଟି ଥିଲା। ଏହା ପୂର୍ବରୁ ବାଣଫୁଟା ରେକର୍ଡ ୟୁଏଇ ନାମରେ ଥିଲା। ଏଠାରେ ୨୦୧୮ରେ ହଜାରେ ୮୭ କିଗ୍ରା ବାରୁଦରେ ବାଣ ତିଆରି କରାଯାଇ ଫୁଟାଯାଇଥିଲା।

Share