ବାଟବଣା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା ଦରକାର। ଉତ୍ତର ଭାରତର କେତେକ ରାଜ୍ୟରେ ବ୍ୟବହୃତ ହେଉଥିବା ହିନ୍ଦୀ ଭାଷାକୁ ଭାରତୀୟ ସମ୍ବିଧାନରେ ସ୍ଥାନ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ୪୪ ପ୍ରତିଶତ ନାଗରିକ ହିନ୍ଦୀକୁ ନିଜର ଭାଷା ଭାବେ ଜନଗଣନା ବେଳେ କହିଥିଲେ। ଅପରପକ୍ଷରେ କେତେ ସଂଖ୍ୟକ ଲୋକ ଇଂଲିଶ୍‌ ବ୍ୟବହାର କରନ୍ତି ବୋଲି ଜନଗଣନାରେ ପ୍ରଶ୍ନ ନ ଥିବାରୁ ସରକାର କହୁଛନ୍ତି ମାତ୍ର ୩ ପ୍ରତିଶତ ନାଗରିକ ଇଂଲିଶ୍‌ ବ୍ୟବହାର କରୁଛନ୍ତି। ଅନେକ ଶିକ୍ଷିତ ବ୍ୟକ୍ତି ଏସବୁକୁ ଭଲ ଭାବେ ବୁଝି ନ ପାରି ଚିନ୍ତା କରନ୍ତି ଯେ, ହିନ୍ଦୀ ହେଉଛି ଜାତୀୟ ଭାଷା। କିନ୍ତୁ ବାସ୍ତବରେ ଦେଖିଲେ ବୁଝାପଡ଼ୁଛି, ଇଂଲିଶ୍‌ ସମେତ ସମ୍ବିଧାନରେ ହିନ୍ଦୀ ହେଉଛି ଦ୍ୱିତୀୟ ସରକାରୀ ବା ରାଜଭାଷା। ସ୍ବାଧୀନତା ପୂର୍ବରୁ ଏହି ଉପମହାଦେଶର ଇତିହାସ ଦେଖିଲେ ଜଣାପଡ଼େ ଯେ, ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରି ରାଜାମାନେ ପ୍ରଜାଙ୍କୁ ଶାସନ କରୁଥିଲେ। ବିଦେଶରୁ ଆସି ଏହି ଭୂଖଣ୍ଡର କିଛି ଅଂଶ ଉପରେ ଶାସନ କରିଥିବା ମୁସଲମାନ ରାଜାମାନେ ଆରବୀୟ, ପାର୍ସୀ ଭଳି ଅନେକ ଭାଷାର ସାହାଯ୍ୟ ନେଇ ପ୍ରଶାସନ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଏହି ମାଟିରୁ ଜନ୍ମ ନେଇଥିଲା ଊର୍ଦ୍ଦୁ ଭାଷା। ପଞ୍ଜାବ ଓ ସିନ୍ଧ୍‌ ଭଳି ଉତ୍ତର ପଶ୍ଚିମାଞ୍ଚଳରେ ବସବାସ କରୁଥିବା ଉଭୟ ହିନ୍ଦୁ ଓ ମୁସଲମାନମାନେ ମଧ୍ୟ ଊର୍ଦ୍ଦୁ ପଠନ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ। କିନ୍ତୁ ହିନ୍ଦୀ ଏକ ଜାରଜ ଭାଷା। ତାହାର ଅନେକ ଶବ୍ଦ ଊର୍ଦ୍ଦୁ, ଫରାସୀ, ଆରବୀୟ ସମେତ ଅନେକ ୟୁରୋପୀୟ ଭାଷାରୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୀ ଏକ ଶାସ୍ତ୍ରୀୟ ଭାଷା ନୁହେଁ। ଭାରତର ମାତ୍ର ୬ଟି ଶାସ୍ତ୍ରୀୟ ଭାଷା ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍‌ ଏବଂ ଓଡ଼ିଆ ଜୀବିତ ଅଛନ୍ତି। ଆମେ ଓଡ଼ିଆ ଗୌରବାନ୍ବିତ ହେବା କଥା ଯେ, ଏହି ଉପମହାଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୧ ଏପ୍ରିଲ ୧୯୩୬ରେ ଓଡ଼ିଶା ଜନ୍ମ ନେଇଥିଲା। ସ୍ବାଧୀନତା ପରେ ବିଶେଷକରି ଗତ ଶତାବ୍ଦୀର ୬୦ ଦଶନ୍ଧିରେ ଅମିତ୍‌ ଶାହଙ୍କ ଭଳି କେତେକ ରାଜନୈତିକ ବ୍ୟକ୍ତି ଅନୁରୂପ ଆକାରରେ ହିନ୍ଦୀକୁ ଜାତୀୟ ଭାଷାର ଆଖ୍ୟା ଦେବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେହି ରାଜନୀତିଜ୍ଞମାନେ କିମ୍ବା ଆଜିର ଅମିତ୍‌ ଶାହ ଯଦି ତାଙ୍କର ମନ୍ଦ ଉଦ୍ଦେଶ୍ୟରେ ସଫଳତା ହାସଲ କରନ୍ତି, ତେବେ ସବୁ ଛାତ୍ରୀଛାତ୍ରଙ୍କୁ ହିନ୍ଦୀ ଭାଷା ମାଧ୍ୟମରେ ଶିକ୍ଷା ଲାଭ କରିବାକୁ ଜୋରଜବରଦସ୍ତ ପଡ଼ିବ। ଯେତେବେଳେ ବିଦ୍ୟାଳୟସ୍ତରରୁ ମାତୃଭାଷାକୁ ଏକ ଗୌଣ ବିଷୟ ଭାବରେ ବୁଝେଇ ଦିଆଯିବ, ସେତେବେଳେ ହିନ୍ଦୀ ବ୍ୟତୀତ ଭାରତର ଅନ୍ୟ ସବୁ ଭାଷା କ୍ରମଶଃ ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ତତ୍‌କ୍ଷଣାତ୍‌ ନ ହେଲେ ମଧ୍ୟ ଦୁଇତିନିଟି ପିଢ଼ି ପରେ ଓଡ଼ିଆ, ବଙ୍ଗଳା, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍‌ ଭଳି ପୁରାତନ ଭାଷା ନିଶ୍ଚିତ ଭାବେ ନିଶ୍ଚିହ୍ନ ହୋଇଯିବ।
ଆଜିର ସରକାର ଭାବୁଛନ୍ତି ଯେ ଜିଏସ୍‌ଟି ଲାଗୁ କଲା ପରେ ‘ଗୋଟିଏ ଦେଶ ଗୋଟିଏ ଟିକସ’ ଅନେକ ସଫଳତା ପାଇଛି। ଏହି ଦାବିକୁ ଭଲଭାବେ ଦେଖିଲେ ଜଣାପଡୁଛି ଯେ, ବିମୁଦ୍ରୀକରଣ ପରେ ଆସିଥିବା ଜିଏସ୍‌ଟି ବ୍ୟବସ୍ଥା ଯୋଗୁ ଆଜିର ଜାତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦେଶକୁ ଭୋଗିବାକୁ ପଡୁଛି। ଏହି ଅପ୍ରାକୃତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଜୋରଜବରଦସ୍ତ କରାଯାଉଥିବା କାର୍ଯ୍ୟ ମୁଖ୍ୟତଃ ଦାୟୀ। ଆଜି ମଧ୍ୟବିତ୍ତ ବର୍ଗ ଏହାର କୁଫଳ ଭୋଗ କରି ନୀରବ ରହିଛନ୍ତି। ଆସନ୍ତା କିଛିମାସ ମଧ୍ୟରେ ଦୁଃସ୍ଥିତିର ପ୍ରଭାବ ଯେତେବେଳେ ଗରିବଙ୍କ ପେଟରେ ଲାତ ମାରିବ, ସେତେବେଳେ କେଉଁ ପରିସ୍ଥିତି ଉପୁଜିବ ତାହା ଦେଖିବାକୁ ବାକି ଅଛି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ସମ୍ବିଧାନ କେବଳ ଇଂଲିଶ୍‌ ଓ ହିନ୍ଦୀରେ ଉପଲବ୍ଧ । ଯଦି ଭାଷାର ଇତିହାସକୁ ଦେଖାଯାଏ, ତେବେ ଗତ ଶତାବ୍ଦୀର ତୃତୀୟ ଦଶକକୁ ମନେପକାଇବାକୁ ପଡ଼ିବ। ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ୧୯୩୦ରୁ ଆରମ୍ଭ ହୋଇ ୧୯୬୦ ଯାଏ ଚାଲିଥିଲା। ଦ୍ରାବିଡ଼ୀୟମାନେ ଏହାକୁ ଘୋର ବିରୋଧ କରିବା ପରେ ସାମ୍ବିଧାନିକ ସଭାରେ ଏ ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ‘ମୁନ୍‌ସି-ଆୟାଙ୍ଗାର ସୂତ୍ର’ ଅନୁଯାୟୀ ହିନ୍ଦୀକୁ ଭାରତର ଅନ୍ୟାନ୍ୟ ଭାଷା ଭଳି ଅନ୍ୟତମ ସରକାରୀ ଭାଷା ଭାବେ ଅଭିହିତ କରାଯାଇଥିଲା। କନେୟାଲାଲ ମାନିକ୍‌ଲାଲ ମୁନ୍‌ସି ଏବଂ ଏନ୍‌. ଗୋପାଳସ୍ବାମୀ ଆୟାଙ୍ଗାର ସମ୍ବିଧାନର ଚିଠା କମିଟିର ସଦସ୍ୟ ଥିଲେ। ମୁନ୍‌ସି ଗୁଜରାଟୀ ଥିବା ବେଳେ ଆୟାଙ୍ଗାର ମାଡ୍ରାସର ଲୋକ। ଉଭୟେ ଦେଶବାସୀଙ୍କ ଭାବାବେଗ ବୁଝି ସବୁ ଭାଷାକୁ ସମାନ ଗୁରୁତ୍ୱ ଦେଇଥିଲେ। କେବଳ ଭାରତ ନୁହେଁ, ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ବହୁବିଧ ଭାଷା ବ୍ୟବହାର କରାଯାଉଛି। ଆମେରିକାରେ ଏପରିକି ସାଧାରଣ ଯାନବାହନ ଏବଂ ସରକାରୀ କାଗଜପତ୍ରରେ ଇଂଲିଶ୍‌ ସମେତ ସ୍ପେନୀୟ ଭାଷା ବ୍ୟବହୃତ ହୋଇଥାଏ। ସେହିଭଳି ବିଶ୍ୱର ସର୍ବବୃହତ୍‌ ଜନସଂଖ୍ୟାବହୁଳ ରାଷ୍ଟ୍ର ଚାଇନାରେ ମାଣ୍ଡାରିନ୍‌ ଓ କାଣ୍ଟୋନିଜ୍‌ ପ୍ରଚଳିତ। କିନ୍ତୁ ଚାଇନାରେ ମଧ୍ୟ ଅନେକ ଲକ୍ଷ ଯୁବତୀଯୁବକ ଇଂଲିଶ୍‌ ଶିଖିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି। ଏବେ ବୁଝିବାକୁ ହେବ ଯେ, ବିଜ୍ଞାନର ଭାଷା ଇଂଲିଶ୍‌ ହୋଇ ନ ଥିଲେ ମଧ୍ୟ ଇଣ୍ଟରନେଟ ଭାଷା ହେଉଛି ଇଂଲିଶ୍‌। ଆମେ ସମସ୍ତେ ନିଜ ମାତୃଭାଷାରେ ଇ-ମେଲ୍‌ ଓ ହ୍ବାଟ୍‌ସଆପ୍‌ ପଠାଇପାରୁ କିମ୍ବା ଖବରକାଗଜ ପଢ଼ିପାରୁ, କିନ୍ତୁ ସେହି ବାଇନାରୀ ବ୍ୟବସ୍ଥାକୁ ପ୍ରଚଳିତ ରଖିବା ପାଇଁ ଇଂଲିଶ୍‌ର ବ୍ୟବହାର ଅପରିହାର୍ଯ୍ୟ। ଅନୁରୂପ ଭାବେ ଜଣେ ରୁଷୀୟ ପାଇଲଟ ଭିଏଟ୍‌ନାମରେ ବିମାନ ଅବତରଣ କଲାବେଳକୁ ସେଠାକାର ବିମାନବନ୍ଦର କଣ୍ଟ୍ରୋଲ ଟାଓ୍ବାର ସହିତ ଇଂଲିଶ୍‌ରେ କଥା ହୋଇଥାଆନ୍ତି। ସେଥିପାଇଁ ଭବିଷ୍ୟତର ପୃଥିବୀରେ ଇଂଲିଶ୍‌ର ଗୁରୁତ୍ୱକୁ ଗୌଣ କରାଯାଇ ନ ପାରେ। ଏଠାରେ ଏକ କୌତୂହଳ ବିଷୟ ମନକୁ ଆସେ। ଭାରତୀୟମାନେ ଆଇଟି ବା ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଶ୍ୱସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ସେହିଭଳି ସିଙ୍ଗାପୁରରୁ ଆରମ୍ଭ କରି ସାନ୍‌ଫ୍ରାନ୍‌ସିସ୍କୋ ପର୍ଯ୍ୟନ୍ତ ଅନେକ ଲକ୍ଷ ଭାରତୀୟ ବ୍ୟବସାୟ ଗବେଷଣା, ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଡାକ୍ତର, ଇଞ୍ଜିନିୟର ଏପରିକି ବିଦେଶରେ ରାଜନୀତିରେ ଉତ୍କର୍ଷ ଲାଭ କରିପାରିଛନ୍ତି। ଭାରତରେ ହିନ୍ଦୀକୁ ଜାତୀୟ ଭାଷା ଭାବେ ସ୍ଥାନ ଦେବା ପୂର୍ବରୁ ଏହିସବୁ ସଫଳ ପ୍ରବାସୀ ଭାରତୀୟମାନଙ୍କୁ ପଚରାଯିବା ଦରକାର ଯେ ସେମାନଙ୍କ ସଫଳତା ପଛରେ ହିନ୍ଦୀ ନା ଇଂଲିଶ୍‌ ରହିଛି। ଏହା କହିଲା ବେଳକୁ ମନେରଖିବାକୁ ହେବ ଯେ, ଅନେକ ଗବେଷକ ସ୍ପଷ୍ଟଭାବେ ତଥ୍ୟ ଦେଇଛନ୍ତି, ନିଜ ମାତୃଭାଷାରେ ଯେଉଁ ବ୍ୟକ୍ତି ନିପୁଣ ହୋଇପାରିବେ ନାହିଁ ସେହି ବ୍ୟକ୍ତି ଅନ୍ୟଭାଷାରେ ପାରଦର୍ଶିତା ଲାଭ କରିବା କଷ୍ଟକର। ସେଥିପାଇଁ ଏ ଲେଖାରେ ହିନ୍ଦୀକୁ ବିରୋଧ କରାଯାଉନାହିଁ। ଯାହାକୁ ଯେଉଁ ଭାଷା ପସନ୍ଦ ହେବ ଛାତ୍ରୀଛାତ୍ର ତାହାକୁ ଆପଣାଇନେବେ। କୌଣସି ଜୋରଜବରଦସ୍ତ ଉଚିତ ନୁହେଁ। ଏଥିସହିତ ଭାରତରେ ଅନେକ ପରିବାର ଏଭଳି ଅଛନ୍ତି, ଯେଉଁଥିରେ ମାତାପିତା ଉଭୟଙ୍କ ଭାଷା ଭିନ୍ନ। ସେହି ବିବିଧତା ହେଉଛି ଭାରତର ସୌନ୍ଦର୍ଯ୍ୟ। ତାହାକୁ ନଷ୍ଟ କରିବା ପାଇଁ ପାଗ ଭିଡ଼ିଥିବା ଶକ୍ତିମାନଙ୍କୁ କୌଣସି ଭାବେ ସମର୍ଥନ ମିଳିବା ଉଚିତ ନୁହେଁ।
ମନେରଖିବାକୁ ହେବ ଯେ, ଭାରତର ସହରାଞ୍ଚଳରେ ସିନେମା, ଟେଲିଭିଜନ ସହିତ ସେଠାରେ ବାସ କରୁଥିବା ବାହାର ରାଜ୍ୟର ଲୋକଙ୍କ ସହ ମିଶୁଥିବା ବାସିନ୍ଦାମାନେ ହିନ୍ଦୀକୁ ଚଳେଇ ନେଇପାରନ୍ତି। କିନ୍ତୁ ଗ୍ରାମାଞ୍ଚଳର ନାଗରିକ ହିନ୍ଦୀ ବୁଝିବା କଷ୍ଟକର। ସେଥିପାଇଁ ନିଜ ମାତୃଭାଷାକୁ ଯିଏ ବଳି ପକେଇ ଦେଇପାରିବ, ସେହି ବ୍ୟକ୍ତି ବା ଜାତି ନିଜର ମା’, ସ୍ତ୍ରୀ, ଭଉଣୀ କିମ୍ବା ଝିଅକୁ ବଜାରରେ ବିକ୍ରି ମଧ୍ୟ କରିଦେଇପାରିବ।
୧୪ ସେପ୍ଟେମ୍ବର ୨୦୧୯, ଯାହାକୁ କେନ୍ଦ୍ର ସରକାର ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍ତି, ସେହି ଅବସରରେ ଅମିତ୍‌ ଶାହ କାହିଁକି ଏଭଳି ଅଯଥା ବିସ୍ଫୋରକ ମନ୍ତବ୍ୟ ଦେଲେ ତାହା ବୁଝିବାକୁ ସମୟ ଲାଗିପାରେ, କିନ୍ତୁ କଷ୍ଟକର ନୁହେଁ। ଆଜି ଭାରତର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିବାକୁ ଯାଉଛି। ବହୁ ଶିଳ୍ପ ଓ ବ୍ୟବସାୟ ବନ୍ଦ ହୋଇଗଲାଣି। ଅନେକ ଉଦ୍ୟୋଗୀ ଦେଶ ଛାଡ଼ି ପଳାଇଗଲେଣି। ଆହୁରି କେତେକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ଲକ୍ଷଙ୍କ ଚାକିରି ମଧ୍ୟ ଚାଲିଗଲାଣି। ନୂଆ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ଏକ ଭୟ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରି ଆଲୋଚନାକୁ କଣ୍ଠରୋଧ କରିବା ପାଇଁ ସବୁ ଚେଷ୍ଟା ଲାଗିରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଉଭୟେ ଜାଣିଶୁଣି ହେଉ ବା ଅନଭିଜ୍ଞତା ଯୋଗୁ ଗଣମାଧ୍ୟମରେ ଅବାଞ୍ଛିତ କଥା କହି ଦେଶର ଅର୍ଥନୈତିକ ପରିସ୍ଥିତିରୁ ଦୃଷ୍ଟି ହଟାଇବାରେ ବିଫଳ ହେଲେ। ସେହି ଦୁହିଁଙ୍କ ଦେଶବାସୀଙ୍କୁ ବାଟବଣା କରିବାର ଉଦ୍ୟମ ବିଫଳ ହେବା ପରେ ଅମିତ ଶାହଙ୍କ ଅଯଥା ମନ୍ତବ୍ୟ ଦେଶର ମାରାତ୍ମକ ପରିସ୍ଥିତିଠାରୁ ଗଣମାଧ୍ୟମ ଓ ଲୋକଙ୍କ ଦୃଷ୍ଟି ଅନ୍ୟତ୍ର ଟାଣିନେବାର ପ୍ରୟାସ ଭଳି ମନେହେଉଛି। ଜନସାଧାରଣ ଏହାକୁ କିଭଳି ସତର୍କତାର ସହିତ ବୁଝିବେ ତାହା ଦେଖିବାକୁ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri