ବାଜିଲାନି ସାହାନାଇ: ଫିକା ପଡ଼ିଲା ଚନ୍ଦନେଶ୍ୱରଙ୍କ କାମିନୀ ବିବାହ

ଭୋଗରାଇ, ୧୦।୪(ଡି.ଏନ.ଏ.)-କରୋନା ପାଇଁ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କ ମେଳା ଚଳିତବର୍ଷ ଫିକା ପଡ଼ିଛି। ଚନ୍ଦନେଶ୍ୱର ଟ୍ରଷ୍ଟ ବୋର୍ଡ଼ ତଥା ଜିଲା ପ୍ରଶାସନର କଡ଼ା କଟକଣା ଯୋଗୁ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ସମିତି ସେବାୟତ ଓ ଭକ୍ତମାନେ ନିରାଡମ୍ବର ଭାବେ ବୁଧବାର ଚନ୍ଦନେଶ୍ୱରଜୀଉ ଓ କାମିନୀଙ୍କୁ ବିବାହ କରାଇଥିଲେ। କେବଳ ଚନ୍ଦନେଶ୍ୱର ମହାଦେବଙ୍କ ଶ୍ରେଷ୍ଠଭକ୍ତ ପାଟଭକ୍ତ, ଦେଉଳିଆ, ଶ୍ରୀବେକିଡ଼ି (ତିନି ଉପବୀତଧାରୀ ଭକ୍ତ) ସହିତ ମାଳାକାର, ସେବାୟତଙ୍କ ଦ୍ୱାରା ଚନ୍ଦନେଶ୍ୱର ମହାଦେବଙ୍କ ଗର୍ଭଗୃହ ମଧ୍ୟରେ ନୀତିକାନ୍ତି ପୂଜାପାଠରେ ସମାପନ ହୋଇଛି। ଏହି ବିବାହରେ ପୂର୍ବଭଳି ଶାହାନାଈ ବାଜିନି କି ଆତସବାଜି ପ୍ରଦର୍ଶନ କରାଯାଇନି। ସେବାୟତ, ଟ୍ରଷ୍ଟବୋର୍ଡ଼ର ସଦସ୍ୟ, ଭକ୍ତ ସାମାଜିକ ଦୂରତା ରକ୍ଷା କରି ନୀତିକାନ୍ତି ପୂଜାରେ ମହାଦେବଙ୍କୁ ଆରାଧନା କରିଥିଲେ। ଆସନ୍ତା ଶନିବାର ‘ମହାନୀଳ ପର୍ବ’ ଓ ରବିବାର ପ୍ରସିଦ୍ଧ ପାଟ ଉତ୍ସବ ସାମାଜିକ ଦୂରତା ରକ୍ଷା କରି ବିଧିରକ୍ଷା ପାଳନ ବୋଲି ଟ୍ରଷ୍ଟବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri