Categories: ଜାତୀୟ

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୋଦି

ନୂଆଦିଲ୍ଲୀ,୨୪।୧୨: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌର ଲୋକ ଭବନରେ ଏହି ମୁର୍ତ୍ତି ପ୍ରତିଷ୍ଠା କରାଯାଇଛି। ବୁଧବାର ବାଜପେୟୀଙ୍କ ୯୫ତମ ଜନ୍ମଦିନ ରହିଥିବାରୁ ଏହିଦିନ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ। ବ୍ରୋଞ୍ଚରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୨୫ ଫୁଟ।

Share