Categories: ବାଣିଜ୍ୟ

ବାଙ୍ଗା, ପ୍ରେମ୍‌ଜୀଙ୍କୁ ମିଳିବ ଗ୍ଲୋବାଲ ଏକ୍ସଲେନ୍ସ ଆଓ୍ବାର୍ଡ

ନୂଆଦିଲ୍ଲୀ,୪-୭: ଆମେରିକା-ଭାରତ ଷ୍ଟ୍ରାଟେଜିକ ପାର୍ଟନରସିପ୍‌ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ମାଷ୍ଟରକାର୍ଡ ସିଇଓ ତଥା ପ୍ରେସିଡେଣ୍ଟ ଅଜୟ ବାଙ୍ଗା ଏବଂ ଓ୍ବିପ୍ରୋ ଅଧ୍ୟକ୍ଷ ଅଜିମ୍‌ ପ୍ରେମ୍‌ଜୀଙ୍କୁ ଚଳିତବର୍ଷ ଲାଗି ଗ୍ଲୋବାଲ ଏକ୍ସଲେନ୍ସ ଆଓ୍ବାର୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୧୧ରେ ଓ୍ବାଶିଂଟନରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ବାର୍ଷିକ ସମ୍ମିଳନୀରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଫୋରମ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଜାରେଡ କୁଶନେଟ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ୟୁଏସ୍‌ଆଇଏସ୍‌ପିଏଫ୍‌ ବୋର୍ଡ ଅଧ୍ୟକ୍ଷ ଜନ୍‌ ଚାମ୍ବର୍ସ କହିଛନ୍ତି। ଏହି ଆଓ୍ବାର୍ଡ ପାଇବା ଲାଗି ମନୋନୀତ ହୋଇଥିବା ଅଜିମ ପ୍ରେମ୍‌ଜୀ ନିଜକୁ ସମ୍ମାନୀତ ବୋଲି ଅଭିହିତ କରିଛନ୍ତି।

Share