ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ବାଙ୍ଗାଲୋରରୁ ଫେରିଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁର (୨୨) ା ଫିରିଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରୁ ସୋମବାର ତାଙ୍କ ମୃତଦେହ ମିଳିଛି। ବିମଳଙ୍କ ବେକକୁ ହଣାଯାଇଥିବା ବେଳେ ମୁହଁ ଛେଚି ଦିଆଯାଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଛି, ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ା ମୃତଦେହ ଜବତ କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ଏ ନେଇ ଫିରିଙ୍ଗିଆ ଥାନାରେ ନଂ. ୭୬/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।
ତଳପଡା ଗ୍ରାମର କିତି କହଁରଙ୍କ ପୁଅ ବିମଳ ୫/୬ ବର୍ଷ ହେଲା ବାଙ୍ଗାଲୋରରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିମଳଙ୍କ ସହ ତାଙ୍କ ବାପା ଫୋନ ଯୋଗେ କଥା ହୋଇ ଘରକୁ ଆସିବାକୁ କହିଥିଲେ ା ଆଧାର କାର୍ଡ ଆଣି ଆସିଲେ ବ୍ଲକରେ କାମ ଅଛି ବୋଲି କହିଥିଲେ। ହେଲେ ବିମଳ ଗାଁକୁ ନ ଆସି ଫୋନ ହ୍ବାଟ୍ସ ଆପ୍‌ରେ ଆଧାର ଫଟୋ ପଠାଇ ଦେବେ ବୋଲି କହିଥିଲେ। ସୋମବାର ତଣ୍ଡ୍ରିଗାଁ ନାଳ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହୋଇଥିଲା ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବାରୁ ଯୁବକ ଜଣକ ତଳପଡା ଗ୍ରାମର ବିମଳ ବୋଲି ଜଣାପଡିଥିଲା ା ପୋଲିସ ତାଙ୍କ ଘରକୁ ଖବର ଦେବାରୁ ବାପା ଆସି ମୃତଦେହ ଚିହ୍ନଟ କରିଥିଲେ ା ବାପା କିତି କହିଛନ୍ତି, ବିମଳ ଘରକୁ ଆସିବାକୁ ମନା କରିଥିଲା ା ବାଙ୍ଗାଲୋରରୁ ଫେରୁଥିବା ସମ୍ପର୍କରେ କିଛି ଜଣାଇନି। ପୂର୍ବରୁ କାହା ସହିତ ସେପରି ଶତ୍ରୁତା ନ ଥିଲେ ମଧ୍ୟ ପୁଅକୁ କିଏ ଏଭଳି ବୀଭତ୍ସ ଭାବେ ହତ୍ୟା କରିଛନ୍ତି, ତାହାର ତଦନ୍ତ କରାଯାଉ ବୋଲି କିତି କହିଛନ୍ତି। ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ କହିଛନ୍ତି, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୪(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୪ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri